ଲକଡାଉନ ସମୟରେ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇବା ପାଇଁ ଅଣ୍ଟା ଭିଡିଲା କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ୍‌,ତଦାରଖ କଲେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ

ଯାଜପୁର(କେନ୍ୟୁଜ): କରୋନାକୁ ନେଇ ସାରା ଦେଶରେ ଲକ ଡାଉନ ପରିସ୍ଥିତି । ଏଭଳି କ୍ଷେତ୍ରରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ । ସେମାନଙ୍କୁ ମୁହଁରେ ଆହାର ଯୋଗାଇଦେବା ପାଇଁ ଆଜିଠାରୁ ପ୍ରୟାସ ଆରମ୍ଭ କରିଛି ଯାଜପୁର ଜିଲ୍ଲାର କଳ୍ପତରୁ ଦାସ ନାସନାଲ ଫାଉଣ୍ଡେସନ୍ । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଆଜି ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ସେଂଟର ପରିଦର୍ଶନ କରିବା ସହ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି । ଏହି ସମୟରେ ବିଧାୟକଙ୍କ ସହ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଥାନା ଅଧିକାରୀ ସରୋଜ କୁମାର ସାହୁ ପ୍ରମୁଖ ସାମିଲ ଥିଲେ । ଧର୍ମଶାଳା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଜୋନରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ପନିପରିବା ଠାରୁ ଆରମ୍ଭ କରି ଆଳୁ, ପିଆଜ, ଡାଲି, ତେଲ ସହ ବିଭିନ୍ନ ରାସନ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନରେ ନିର୍ବାଚନମଣ୍ଡଳୀର ୧୧, ୧୩ ଓ ୧୫ନଂ ଜୋନରେ ରହୁଥିବା ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଏହି ସାମଗ୍ରୀ ପହଂଚାଯାଇଛି । ଲକଡାଉନ ବଳବତର ଥିବା ପର୍ଯ୍ୟନ୍ତ ଏହି ପକ୍ରୀୟା ଜାରି ରହିବ ବୋଲି ଫାଉଣ୍ଡେସନ୍ ପକ୍ଷରୁ
କୁହାଯାଇଛି ।

 

Leave A Reply

Your email address will not be published.