ପାରଳାଖେମୁଣ୍ଡିର ନୂଆ ରାଜା ହେଲେ ସ୍ୱର୍ଗତ ଗୋପୀନାଥ ଗଜପତିଙ୍କ କନ୍ୟା ପାଟହାତୀ କଲ୍ୟାଣୀ ଗଜପତି

ଗଜପତି(କେନ୍ୟୁଜ୍): ପାଟହାତୀ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ ପରେ ଗଙ୍ଗବଂଶ ଇତିହାସରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ପାରଳାଖେମୁଣ୍ଡିର ନୂଆ ରାଜା ହେଲେ ସ୍ୱର୍ଗତ ଗୋପୀନାଥ ଗଜପତିଙ୍କ କନ୍ୟା ପାଟହାତୀ କଲ୍ୟାଣୀ ଗଜପତି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ଗୋପୀନାଥ ଗଜପତିଙ୍କ ଦେହାନ୍ତ ହୋଇଥିଲା । ଏହାପରେ ତାଙ୍କ ମରଶରୀରକୁ ପାରଲାଖେମୁଣ୍ଡି ଅଣାଯାଇଥିଲା । ଗଜପତି ରାଜବଂଶୀୟ ପରମ୍ପରା ଅନୁସାରେ କୌଣସି ରାଜା ସିଂହାସନରେ ବସି ହୁକୁମ ନ ଦେବା ଯାଏଁ ରାଜବଂଶୀୟଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ସମ୍ପାଦନ ହେବ ନାହିଁ । ଏହି ପରମ୍ପରା ରକ୍ଷା କରି ଦୁଃଖଦ ମୂହୁର୍ତ୍ତରେ ଭାଙ୍ଗିପଡିନଥିଲେ । ପାଟହାତୀ କଲ୍ୟାଣୀ ଗଜପତି । ରାମଶ୍ୱାମୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ କଲ୍ୟାଣୀ ଗଜପତିଙ୍କ ରାଜାଭିଶେଖ କରାଯାଇଥିଲା । ହାତରେ ଖଣ୍ଡା ଓ ମୁଣ୍ଡରେ ମୁକୁଟ ଦିଆଯାଇ ଗଜପତି ରାଜବଂଶର ଦାୟଦ ଭାବେ ସିଂହାଶନ ଆରୋହଣ କରିଥିଲେ । ସିଂହାଶନ ଆରୋହଣ ପରେ ରାଜଜେମା ମହାରାଜଙ୍କ ପାର୍ଥୀବ ଶରୀରକୁ ବିଦାୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଗଣତନ୍ତ୍ର ରାଷ୍ଟ୍ରରେ ରାଜତନ୍ତ୍ର ନାହିଁ । ତେବେ ପାରଳାଖେମୁଣ୍ଡିରେ ଜନସାଧାରଣ ପାରଳା ରାଜପରିବାର ପ୍ରତି ରହିଥିବା ଭଲପାଇବା ରାଜ ପରିବାରକୁ ନିଜ ପରମ୍ପରା ରଖିବାକୁ ସହାୟକ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.