ଭିଜିଲାନ୍ସ ହାତରେ ବନ୍ଧା ହେଲେ ଉପଜିଲ୍ଲାପାଳ, ଭୁବନେଶ୍ବରରୁ ଭଦ୍ରକ ଯାଏ ଲମ୍ବିଛି ସମ୍ପତ୍ତି

କାମାକ୍ଷାନଗର: ବନ୍ଧାହେଲେ ଉପଜିଲ୍ଲାପାଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ।

ଗତକାଲି ଦିନ ତମାମ ଭିଜିଲାନ୍ସ ଚଢାଉ ଜାରି ରଖିଥିଲା । ନାରାୟଣ ନାୟକଙ୍କର ଭୁନେଶ୍ବରରେ ୩ ମହଲା ଘର ସହିତ ତିନୋଟି ମଲ୍ଟି ଷ୍ଟୋରେଡ ବିଲ୍ଡିଂ ରହିଛି। ଭୁବନେଶ୍ବରରେ ୧୪ଟି ମୂଲ୍ୟବାନ ପ୍ଲଟ ରହିଛି । ସେହିପରି ଭଦ୍ରକରେ ୩ ମହଲା ଓ ୨ ମହଲା ବିଶିଷ୍ଟ ୩ଟି ନିର୍ମାଣାଧୀନ କୋଠା ଥିବା ରହିଛି । ୩୪ ଲକ୍ଷ ୫୭ ହଜାର ଟଙ୍କାର ଜମା ଠାବ ହୋଇଛି । ନଗଦ ୧ଲକ୍ଷ ୪୮ ହଜାର ଟଙ୍କା ୩୬୬ ଗ୍ରାମ ସୁନା ଠାବ କରିଛି ଭିଜିଲାନ୍ସ।

ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠଳୁ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗତକାଲି ଚଢ଼ାଉ ଆରମ୍ଭ ହୋଇଥିଲା । ଭିଜିଲାନ୍ସର ୧୦ଟି ଟିମ୍‌ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଘର, ସରକାରୀ ବାସଭବନ ସମେତ ପୃଥକ ପୃଥକ ୧୦ଟି ଠିକଣାରେ କାଲି ସକାଳୁ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲେ । ଏହି ଚଢ଼ାଉରେ ୧୦ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

You might also like