ଭୁବନେଶ୍ୱର: ସେଞ୍ଚୁରିଆନ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ କମଲ ହାସନଙ୍କୁ ଦିଆଗଲା ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ

ଭୁବନେଶ୍ବର(କେନ୍ୟୁଜ୍):   ଭୁବନେଶ୍ୱରରେ ସେଞ୍ଚୁରିଆନ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଚଳଚ୍ଚିତ୍ର ତାରକା କମଲ ହାସନଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ । ଭାରତୀୟ ଚଳଚ୍ଚିତ୍ର ଜଗତକୁ ୬ ଦଶନ୍ଧି ଧରି ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଏହି ଡକ୍ଟରେଟ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ଦ୍ୱାରା ଅର୍ଥନୈତିକ ବିକାଶ ଓ ନିରନ୍ତର ଅଭିବୃଦ୍ଧି ଘଟିଚାଲିଛି। ଦକ୍ଷତା ପ୍ରଶିକ୍ଷଣରେ ଓଡିଶା ଏକଆଗୁଆ ରାଜ୍ୟ ଭାବେ ବିଶ୍ୱସ୍ତରରେ ଆଦର ଲାଭ କରିବାକୁ ଯାଉଛି। ଏହାସହ ଓଡ଼ିଶାର ପ୍ରତିଯୋଗୀମାନେ ରାଜ୍ୟ ଓ ଦେଶସ୍ତରରେ ଉନ୍ନତ ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଲିଉଡ ତାରକା କମଲ ହାସନ ପ୍ରଥମେ ସେଞ୍ଚୁରିଆନ ୟୁନିଭରସିଟି ପରିଦର୍ଶନ କରିଥିଲେ । ବିଶ୍ୱବିଦ୍ୟାଳୟର ଟ୍ରାନ୍‌ସଫର୍ମର ୱାର୍କସପକୁ ବୁଲି ଦେଖିଥିଲେ । ସେଠାରେ ସ୍କିଲଡ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ବିଷୟରେ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ଇଡକୋ ସହାୟତାରେ ପ୍ରତିଷ୍ଠିତ ଆପାରାଲ ଆଣ୍ଡ ଟେକ୍ସଟାଇଲ ସେଣ୍ଟର ଅଫ ଏକସିଲେନସିକୁ ମଧ୍ୟ ବୁଲି ଦେଖିଥିଲେ । ଏହି ଅବସରରେ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.