ନବୀନ ନିବାସରେ ତାମିଲ ସୁପରଷ୍ଟାର ତଥା ଏମ.ଏନ.ଏମ ମୁଖ୍ୟ କମଲ ହାସନ୍‌, ସୌଜନ୍ୟମୂଳକ ଥିଲା ସାକ୍ଷାତ

ଭୁବନେଶ୍ବର(କେନ୍ୟୁଜ୍):  ନବୀନ ନିବାସରେ ତାମିଲ ସୁପରଷ୍ଟାର ତଥା ଏମ.ଏନ.ଏମ ମୁଖ୍ୟ କମଲ ହାସନ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କମଲ ଭେଟି ଆଲୋଚନା କରିଛନ୍ତି। ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କମଲ ହାସନଙ୍କୁ ଓଡ଼ିଶାର ଦର୍ଶନୀୟ ସ୍ଥାନ କୋଣାର୍କ ଓ ଚିଲିକା ବୁଲିବା ପାଇଁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ତାଙ୍କର ସଫଳ ରାଜନୈତିକ ଭବିଷ୍ୟତ କାମନା କରିଛନ୍ତି । ସେହିପରି କମଲ ହାସନ କହିଛନ୍ତି, ନବୀନଙ୍କୁ ପାଖରେ ଦେଖିବାକୁ ସୁଯୋଗ ମିଳିଲା ।

kammla hassan

ତାଙ୍କର ସଫଳ ରାଜନୈତିକ କ୍ୟାରିଅର ଅନ୍ୟମାନଙ୍କ ପାଇଁ ପ୍ରେରଣା । ପାଞ୍ଚବର୍ଷ ପରେ ତାମିଲନାଡୁକୁ ଅଧିକ ସଫଳ ଓ ସମୃଦ୍ଧ କରିବାକୁ ଏମଆଇଏମ ଲକ୍ଷ୍ୟ ରଖିଛି । ଆସନ୍ତାକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି କମଲ ହାସନ୍‌। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave A Reply

Your email address will not be published.