ଶ୍ରୀମତି କମଳା ପୂଜାରୀ ପାଇବେ ପଦ୍ମଶ୍ରୀ , ଗତକାଲିଠୁ ସେ ଅଛନ୍ତି ଅସୁସ୍ଥ

ଜୟପୁର(କେନ୍ୟୁଜ୍) : ପ୍ରଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କମଳା ପୂଜାରୀ ଏବେ ଅସୁସ୍ଥ । ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ, ଛାତିରେ କଫ ଜମିବାରୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହାପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚଳିତ ବର୍ଷର ସମ୍ମନଜନକ ପଦ୍ମ ପୁରସ୍କାର ପାଇଁ ଗତକାଲି ତାଙ୍କ ନାଁ ଘୋଷଣା କରାଯାଇଥିଲା । କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳାଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.