ବିବାଦ ପରେ ମୁହଁ ଖୋଲିଲେ କାମିଆ ଜାନି: ସୋସିଆଲ ମିଡିଆରେ କହିଲେ ‘ମୁଁ କେବେ ଗୋମାଂସ ଖାଇନି କି ପ୍ରମୋଟ୍ କରିନି’

ବିବାଦ ପରେ ମୁହଁ ଖୋଲିଲେ ୟୁଟ୍ୟୁବର କାମିଆ ଜାନି। ‘ମୁଁ କେବେ ଗୋମାଂସ ଖାଇନି କି ପ୍ରମୋଟ୍ କରିନି’ ବୋଲି ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଛନ୍ତି। ମୁଁ ପୁରୀରେ କୌଣସି ନିୟମ ଭଙ୍ଗ କରିନାହିଁ। ମୁଁ ଜଣେ ହିନ୍ଦୁ, ଭାରତୀୟ ସଂସ୍କୃତିର ପ୍ରଚାର କରୁଛି।

ଭୁବନେଶ୍ୱର (କେନ୍ୟୁଜ): ବିବାଦ ପରେ ମୁହଁ ଖୋଲିଲେ ୟୁଟ୍ୟୁବର କାମିଆ ଜାନି। ‘ମୁଁ କେବେ ଗୋମାଂସ ଖାଇନି କି ପ୍ରମୋଟ୍ କରିନି’ ବୋଲି ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଛନ୍ତି। ମୁଁ ପୁରୀରେ କୌଣସି ନିୟମ ଭଙ୍ଗ କରିନାହିଁ। ମୁଁ ଜଣେ ହିନ୍ଦୁ, ଭାରତୀୟ ସଂସ୍କୃତିର ପ୍ରଚାର କରୁଛି। କଳା ଓ ସଂସ୍କୃତିକୁ ବିଶ୍ବସ୍ତରରେ ପହଞ୍ଚାଇବା ମୋର ଲକ୍ଷ୍ୟ ବୋଲି କହିଛନ୍ତି କାମିଆ। ନୂଆ ଜିନିଷକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରୁଛି। ଭାରତୀୟ ସଂସ୍କୃତିକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ କାମ କରୁଛି । କେରଳର ଫୁଡ୍‌ ବ୍ଲଗ୍‌ ଭିଡିଓ ବ୍ୟବହାର କରାଯାଇଛି। କିନ୍ତୁ, ସେଠାରେ ମୁଁ ଗୋମାଂସ ଖାଇ ନ ଥିଲି, କେବଳ ନିରାମିଷ ବ୍ୟଞ୍ଜନ ଖାଇଥିଲି।

ସୂଚନା ଅନୁଯାୟୀ ସୋସିଆଲ ମିଡିଆ ଓ ୟୁଟ୍ୟୁବର ଦୁନିଆର ବଡ ଚେହେରା କାମିଆ ଜାନି। ଯାହାଙ୍କ ଭିଡିଓକୁ ସୋସିଆଲ ମଡିଆରେ ଲକ୍ଷ ଲକ୍ଷ ଲୋକ ଦେଖିଥାନ୍ତି। କାମିଆଙ୍କ ୟୁଟ୍ୟୁବ ଚ୍ୟାନେଲର ଏବେ ପ୍ରାୟ ୩୦ ଲକ୍ଷ ଏବେ ସବସ୍କ୍ରାଇବର ରହିଛନ୍ତ। ତାଙ୍କ ୟୁଟ୍ୟୁବ ଚ୍ୟାନେଲର ନାଁ ହେଉଛି “କର୍ଲି ଟେଲ୍ସ”। ସେହିପରି ଇନଷ୍ଚାଗ୍ରାମରେ କାମିଆଙ୍କର ୭୫୬ କେ’ ଫର୍ଲୋସ ଅଛନ୍ତି। ସେ ୨୦୦୬ରେ ‘ଟାଇମ୍ସ ଅଫ ଇଣ୍ତିଆ’ରୁ ସାମ୍ବାଦିକା ଭାବେ କ୍ୟାରିୟର ଆରମ୍ଭ କରିଥଲେ । ଏହାପରେ ସିଏନବିସି ଟିଭି ୧୮ରେ ମଧ୍ୟ ସାମ୍ବାଦିକତା କରିଥିଲେ। ଦୀର୍ଘଦିନର ସାମ୍ବାଦିକତା ପରେ ସେ ୨୦୧୬ରେ ସୋସିଆଲ ମିଡିଆ ଦୁନିଆରେ ପାଦ ଦେଇଥିଲେ। ଦେଶ ବିଦେଶର ପର୍ଯ୍ୟଟନ ସ୍ଥଳ ବୁଲି ୟୁଟ୍ୟୁବରେ ବ୍ଲଗ ବନାଇଥିଲେ। ଯାହା ତାଙ୍କୁ ଲୋକପ୍ରିୟ ୟୁଟ୍ୟୁବର ଭାବରେ ପରିଚିତ କରାଇଥିଲା।

ବର୍ତ୍ତମାନ ଶ୍ରୀମନ୍ଦିର ମହାପ୍ରସାଦ ସେବନକୁ ନେଇ ବିବାଦ ଦେଖା ଦେବା ପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ୟୁଟ୍ୟୁବର କାମିଆ ଜାନି । ସୋସିଆଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି, ମୁଁ ଗୋ-ମାଂସ ଖାଏ ନାହିଁ କି ଏହାକୁ କେବେ ଖାଇବି ନାହିଁ । କାମିଆଙ୍କ ପ୍ରତିକ୍ରିୟା ମିଳିବା ପରେ ରାଜ୍ୟ ରାଜନୀତିରେ ପୁଣି ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା।

 

 

You might also like