କନ୍ଧମାଳ : ଡମ୍ଫର ଧକ୍କାରେ ଛିଟିକି ଗଲା ଅଟୋ, ୬ ଯାତ୍ରୀ ଗୁରୁତର

କନ୍ଧମାଳ (କେନ୍ୟୁଜ): ଅଟୋ ଓ ଡମ୍ପର ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଳକ୍ ଅଂଚଳରେ । ଆଜି ସକାଳ ପ୍ରାୟ ୯ଟା ସମୟରେ ଫିରିଙ୍ଗିଆ ବ୍ଳକ୍ ଅନ୍ତର୍ଗତ ବନ୍ଧଗଡରୁ ଏକ ଅଟୋରେ ସାରଙ୍ଗଡ ଯିବା ବେଳେ ବନ୍ଧଗଡ ବୁଲାଣି ରାସ୍ତାରେ ସାମ୍ନା ପଟୁ ଏକ ଡମ୍ପର ଗାଡି ସାମ୍ନା ପଟୁ ଆସି ଅଟୋକୁ ଧକ୍କା ଦେଇଥିଲା । ଧକ୍କା ଦେବା ଯୋଗୁଁ ଅଟୋଟି କିଛି ଦୂର ଛିଟିକିପଡିଥିଲା ।

ଅଟୋରେ ବସିଥିବା ୭ଜଣଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଗୁରୁତରଙ୍କୁ ପ୍ରଥମେ ଫିରିଙ୍ଗିଆ ଗୋଷ୍‌ଡୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆହାତ ଓ ଗୁରୁତରଙ୍କୁ କ୍ଷତିପୁରଣ ଦେବା ପାଇଁ ଉତ୍ୟକ୍ତ ଲୋକେ ଟୟୋର ଜାଳି କିଛି ସମୟ ରାସ୍ତା ଅବରୋଧ କରିଥିଲେ । ପରେ ଫିରିଙ୍ଗିଆ ପୋଲିସ୍ ଓ ତହସିଲ୍‌ଦାର ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ରାସ୍ତାରୋକ ହଟାଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.