ବଡ ଦିନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା: ରଙ୍ଗୀନ୍‌ ଆଲୋକରେ ସଜ୍ଜିତ ସମସ୍ତ ଚର୍ଚ୍ଚ, ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା

ରାଇକିଆ(କେନ୍ଯୁଜ୍): ବଡ ଦିନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା। ଆଜି ମଧ୍ୟ ରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ରାଇକିଆର ସମସ୍ତ ଚର୍ଚ୍ଚକୁ ରଙ୍ଗୀନ୍‌ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଏଥିସହ ଖ୍ରୀଷ୍ଟିୟ ଭାଇଭଉଣୀମାନେ ନିଜ ନିଜ ଘରକୁ ସୁନ୍ଦର ଭାବେ ସଜାଇଛନ୍ତି।

ତେବେ କୋଭିଡ୍‌ କଟକଣା ମଧ୍ୟରେ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ବଡଦିନ ପାଳନ କରାଯିବ। ଜିଲ୍ଲା ପ୍ରଶାସନର ଗାଇଡଲାଇନ୍‌ ଅନୁସାରେ ବଡଦିନ ପାଳନ କରାଯିବ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା କଡ଼ାକଡ଼ା କରାଯାଇଛି । ସମଗ୍ର ଜିଲ୍ଲାରେ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ଜିଲ୍ଲାକୁ ସଂଯୋଗ କରୁଥିବା ବିଭିନ୍ନ ସଂଯୋଗ ପଥରେ ନାକାବନ୍ଦୀ ସହ ସହରର ବିଭିନ୍ନ ଛକରେ ଗାଡି ଗୁଡିକୁ ଚେକିଂ କରାଯାଉଥିବା ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୂର୍ମୁ ସୂଚନା ଦେଇଛନ୍ତି । ଚଳିତବର୍ଷ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ମାନଙ୍କରେ ପାଳନ କରାଯିବ ବଡ ଦିନ ।