କନ୍ଧମାଳ ଦାରିଙ୍ଗିବାଡି ଜୋନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ୍ ଘୋଷଣା

କନ୍ଧମାଳ: କନ୍ଧମାଳ ଦାରିଙ୍ଗିବାଡି ଜୋନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସରପଂଚ ରାଧାକାନ୍ତ ପ୍ରଧାନ ଦାରିଙ୍ଗିବାଡିକୁ ସଟଡାଉନ କରିଛନ୍ତି । ଡୁଡୁକିବାଡି ଅଂଚଳରୁ ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବା ପରେ ସରପଂଚ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।

ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ବହୁ ଲୋକଙ୍କ ସଂଶସ୍ପର୍ଶରେ ଆସିଥିବାରୁ କରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି । ତେଣୁ ପଂଚାୟତକୁ ଅନିଦ୍ଦିଷ୍ଟ କାଳ ପାଇଁ ସଟଡାଉନ ଘୋଷଣା କରାଯାଇଛି । କିନ୍ତୁ କେବେଳ ମେଡିସିନ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ନେଇ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.