ବଡଦିନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ: ସବୁ ଛୋଟ ଚର୍ଚ୍ଚରେ ସର୍ବାଧିକ ୫୦ ଓ ବଡ ଚର୍ଚ୍ଚରେ ଶହେଙ୍କୁ ଅନୁମତି

କନ୍ଧମାଳ(କେନ୍ଯୁଜ୍):ଡିସେମ୍ବର ୨୫ ତଥା ବଡଦିନକୁ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ଧାର୍ମିକ ସଂଗଠନମାନଙ୍କୁ ଡକାଯାଇ କିପରି ଶାନ୍ତିଶୃଙ୍ଖଳାର ସହ ବଡଦିନକୁ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା। ସବୁ ଛୋଟ ଚର୍ଚ୍ଚରେ ସର୍ବାଧିକ ୫୦ଜଣ ଓ ବଡଚର୍ଚ୍ଚରେ ଶହେ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି।

ସରକାରଙ୍କ କୋଭିଡ ଗାଇଡଲାଇନ ମାନି ପ୍ରାର୍ଥନା ଗୃହକୁ ଯିବେ। କୁଇ ସମାଜ ପକ୍ଷରୁ ବଡ ଦିନରେ କେବଳ ବାରଖମ ଠାରେ ସହିଦ ଦିବସ ବିନା ଶୋଭାଯାତ୍ରାରେ ପାଳିତ ହେବ। ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ସମସ୍ତ ଚର୍ଚ୍ଚକୁ ସୁରକ୍ଷା ଯୋଗାଇ ଦିଆଯିବ। ଜିଲ୍ଲାରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବ ବୋଲି କନ୍ଧମାଳ ଏସପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.