ରାଜ୍ୟ

ରାଜ୍ୟରେ ବଢିଛି ଜଙ୍ଗଲର ପରିମାଣ: କନ୍ଧମାଳ ଜିଲ୍ଲାରେ ଅଧିକ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ୫୩୭ ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ସୃଷ୍ଟି ହୋଇଛି । ୨୦୧୯-୨୦୨୧ରେ ଏହି ଜଙ୍ଗଲ ସୃଷ୍ଟି ହୋଇଛି । ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ ISFR ରିପୋର୍ଟ-୨୦୨୧ରେ ଏହା ଉଲ୍ଲେଖ ରହିଛି । ଆଜି ଆଇଏସଏଫଆର ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ତୃତୀୟ ସ୍ଥାନରେ ରହିଛି ଓଡ଼ିଶା । ଦେଶରେ ସବୁଠୁ ଅଧିକ ହେନ୍ତାଳ ବଣ କେନ୍ଦ୍ରାପଡ଼ାରେ ଜିଲ୍ଲାରେ ସୃଷ୍ଟି କରାଯାଇଛି । ୨୦୧୯ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୫୧ ବର୍ଗ କିଲୋମିଟର ଅଞ୍ଚଳରେ ହେନ୍ତାଳ ବନ ଥିଲା ।

୨୦୨୧ରେ ଏହା ୨୫୯ ବର୍ଗ କିଲୋମିଟର ଅଞ୍ଚଳକୁ ବୃଦ୍ଧି ପାଇଛି । ଜିଲ୍ଲାରେ ସର୍ବାଧିକ ୮ ବର୍ଗ କିଲୋମିଟର ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ହୋଇଥିବା ରିପୋର୍ଟର୍ରେ ଉଲ୍ଲେଖ ରହିଛି । ଓଡ଼ିଶାରେ ଦୁଇ ଦଶନ୍ଧି ଭିତରେ ୩ହଜାର ୩୧୪ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଆଇଏସଏଫଆର ରିପୋର୍ଟ ପ୍ରକାଶ କରିଛନ୍ତି ।

 

ଆନ୍ଧ୍ରରେ ସବୁଠୁ ଅଧିକ ୬୪୭ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ ଏହା ପ୍ରଥମ ସ୍ଥାନରେ ରହିଛି । ସେହିପରି ତେଲେଙ୍ଗାନାରେ ୬୩୨ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୫୩୭ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ସହ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ।

ଓଡ଼ିଶାର ଭୌଗୋଳିକ ଅଞ୍ଚଳର ୩୩.୫୦ ପ୍ରତିଶତ ହେଲା ଜଙ୍ଗଲ । ମୋଟ୍‌ ୫୨ହଜାର ୧୫୬ ବର୍ଗ କିଲୋମିଟର ଏରିଆରେ ବ୍ୟାପିଛି । ଏଥିରୁ ୭ହଜାର ୨୧୨ ବର୍ଗ କିଲୋମିଟର ଅତି ଘଞ୍ଚ ଜଙ୍ଗଲ । ଯାହାକି ରାଜ୍ୟର ମୋଟ୍‌ ଜଙ୍ଗଲର ୪.୬୩ ପ୍ରତିଶତ । ସେହିପରି ୨୦ହଜାର ୯୯୫ ବର୍ଗ କିଲୋମିଟର ଅଞ୍ଚଳରେ ରହିଛି ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ । ଯାହାକି ରାଜ୍ୟର ମୋଟ୍‌ ଜଙ୍ଗଲର ୧୩.୫୦ ପ୍ରତିଶତ ।ଖୋଲା ଜଙ୍ଗଲ ୨୩ହଜାର ୯୪୮ ବର୍ଗ କିଲୋମିଟର ଯାଏ ପରିବ୍ୟାପ୍ତ । ଯାହାକି ମୋଟ୍‌ ଜଙ୍ଗଲର ୧୫.୩୮ ପ୍ରତିଶତ ।

 

ରାଜ୍ୟରେ କନ୍ଧମାଳ ଜିଲ୍ଲାରେ ଅଧିକ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି । ଜିଲ୍ଲାରେ ୬୭.୩୭ ପ୍ରତିଶତ ଭାବରେ ରହିଛି ଜଙ୍ଗଲ । କନ୍ଧମାଳ ଜିଲ୍ଲାର ମୋଟ୍‌ କ୍ଷେତ୍ରଫଳ ହେଇଛି ୮ହଜାର ୨୧ ବର୍ଗ କିଲୋମିଟର । ତାଭିତରୁ ୫ହଜାର ୪୦୪ ବର୍ଗକିଲୋମିଟର ଅଞ୍ଚଳରେ ଜଙ୍ଗଲେ ରହିଛି ।

 

ସେହିପରି ଗଜପତି ଜିଲ୍ଲାରେ ମୋଟ୍‌ ଆୟତନର ୬୦ ଦଶମିତ ୬୫ ପ୍ରତିଶତ ଅଞ୍ଚଳରେ ରହିଛି ଜଙ୍ଗଲ । ମାଲକାନଗିରିରେ ୪୦.୧୪, ନୟାଗଡ଼ରେ ୪୪.୦୮, ଦେବଗଡ଼ରେ ୫୦.୨୪, ଅନୁଗୋଳରେ ୪୩.୬୬ ଓ ବୌଦ୍ଧରେ ୪୧.୭୪ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago