ଫୁଲବାଣି ଓ ଦାରିଙ୍ଗବାଡିରେ ୬ ଡିଗ୍ରୀ ତଳେ ପାରଦ: ପ୍ରବଳ ଶୀତ ସାଙ୍ଗକୁ କୁହୁଡି ମାଡି ଆସୁଥିବାରୁ ବନ୍ଦ ରହୁଛି ରାସ୍ତାଘାଟ, ଦୋକାନ ବଜାର

ଭୁବନେଶ୍ବର: ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ । ଜାଡର ମାଡରେ ସମସ୍ତେ ଅସ୍ତବ୍ୟସ୍ତ । କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ୬ ଡିଗ୍ରୀ ତଳେ ରହୁଛି ପାରଦ । ସନ୍ଧ୍ୟା ୭ଟା ବେଳକୁ ପ୍ରବଳ ଶୀତ ସାଙ୍ଗକୁ କୁହୁଡି ମାଡି ଆସୁଛି ।

ଫଳରେ ରାସ୍ତାଘାଟ, ଦୋକାନ ବଜାର ବନ୍ଦ ରହୁଛି । ପ୍ରବଳ କୁହୁଡି ଯୋଗୁ ଗାଡି ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଉଛି । ସେପଟେ ସକାଳୁ ସକାଳୁ ଶୀତର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା । ଫୁଲବାଣି ଓ ଦାରିଙ୍ଗବାଡିରେ ପାରଦ ୬ ଡିଗ୍ରୀ ରହିଛି ।

Leave A Reply

Your email address will not be published.