ବାଲିଗୁଡ଼ା: ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା । ଚକାପାଦ ଓ ତୁମୁଡିବନ୍ଧ ସ୍ଥିତ ଜଲେଶପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଠାରେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ ଓ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଓ ବଳିଦାନ ଦିବସ। ଏଥିପାଇଁ ତୁମୁଡିବନ୍ଧର ଜଲେଶପଟ୍ଟା ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ନେଇ ଜଲେଶପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ଅନ୍ତେବାସୀ ଆଶ୍ରମ ପରିସରକୁ ପରିଷ୍କାର ପରିଚ୍ଛନ୍ନତା କରିବା ସହ ସ୍ୱାମୀଜିଙ୍କ ବଳିଦାନ କକ୍ଷ୍ୟ,ପ୍ରତିମୂର୍ତ୍ତି, ଯଂଜ୍ଞ ମଣ୍ଡପ ସମେତ ପ୍ରତିଟି ସ୍ଥାନକୁ ମଧ୍ୟ ସୁସଜ୍ଜିତ କରିଛନ୍ତି। ପବିତ୍ର ଜନ୍ମାଷ୍ଟମୀ,ଶ୍ରାଦ୍ଧ ବାର୍ଷିକୀ ଓ ବଳିଦାନ ଦିବସ ପାଳନ ଅବସରରେ କଳସ ଯାତ୍ରା,ଗୋପୂଜନ,ନାମଯଂଜ୍ଞ,ସ୍ୱାମୀଜୀଙ୍କ ପ୍ରତି ମୂର୍ତ୍ତିରେ ଜଳାଭିଷେକ ଓ ସ୍ମୃତି ସଭା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଲେଶପଟ୍ଟା ଆଶ୍ରମର ମୁଖ୍ୟ ପରିଚାଳକ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୂରୀ ସୂଚନା ଦେଇଛନ୍ତି ।
Also Read: Drugs Controller Arrested: ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର, ୬ ହଜାର ଲାଞ୍ଚ ନେଇ ଗିରଫ