ପରିବା ବ୍ୟବସାୟୀଙ୍କୁ ଭେଟି ସୁବିଧା-ଅସୁବିଧା ବୁଝିଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ(କେନ୍ୟୁଜ୍‌): ପରିବା ବ୍ୟବସାୟୀଙ୍କୁ ଭେଟିଲେ ସାଂସଦ। ୪ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଆଜି ପ୍ରାତଃ ଭ୍ରମଣ କରୁଥିବା ସମୟରେ ସର୍କିଟ ହାଉସ୍ ସମ୍ମୁଖରେ ବସିଥିବା ପରିବା ବ୍ୟବସାୟୀଙ୍କ ନିକଟକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ନିକଟରେ ଥିବା ଏକ ଚା ଦୋକାନରେ ବସି ସାଂସଦ ଚା ପିଇଥିଲେ।

ଏହି ସମୟରେ ଜଣେ ପରିବା ବ୍ୟବସାୟୀ ଚା ଦୋକାନୀଙ୍କୁ କିଛି ଖୁଚୁରା ମାଗିଥିଲେ। ତେବେ ଚା’ ଦୋକାନୀ ଖୁଚୁରା ନଥିବା କହି ପରିବା ବ୍ୟବସାୟୀଙ୍କୁ ଫେରାଇ ଦେଉଥିବାବେଳେ ସାଂସଦ ନିଜେ ଖୁଚୁରା ଦେଇଥିଲେ। ଏହାକୁ ନେଇ ବ୍ୟବସାୟୀ ଜଣକ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.