ଭାରତୀୟ ଅଲିମ୍ପିକ୍‌ ଆଡଭାଇଜରି ଗ୍ରୁପ୍‌ର ସଦସ୍ୟ ଭାବେ ମନୋନୀତ ହେଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷାବିତ୍‌, ସମାଜସେବୀ ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଭାରତୀୟ ଅଲିମ୍ପିକ୍‌ ଆଡଭାଇଜରି ଗ୍ରୁପ୍‌ର ସଦସ୍ୟ ମନୋନୀତ ହୋଇଛନ୍ତି । ଏହି ଆଡ୍‌ଭାଇଜରୀ ଗ୍ରୁପ୍‌ ବିଭିନ୍ନ କ୍ରୀଡ଼ା ଫେଡେରେସନ୍‌ ଓ ଖେଳାଳି ଆଦିଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ଓ ପୁରସ୍କାର ରାଶି ସ୍ଥିର କରିବ। ଗୁରୁବାର ଭାରତୀୟ ଅଲିମ୍ପିକ୍‌ ଆଡଭାଇଜରି ଗ୍ରୁପ୍‌ର ଏକ ଭର୍ଚୁଆଲ୍‌ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ମହାସଚିବ ରାଜୀବ ମେହଟ୍ଟାଙ୍କ ସମେତ ୨୧ ଜଣିଆ ସଦସ୍ୟ ବିଶିଷ୍ଟ ଆଡଭାଇଜରି ଗ୍ରୁପ୍‌ ବିଭିନ୍ନ ଜାତୀୟ ଓ ରାଜ୍ୟ କ୍ରୀଡ଼ା ଫେଡେରେସନ୍‌ ଓ କେଉଁ ଖେଳାଳିଙ୍କୁ କେତେ ଟଙ୍କା ପ୍ରଦାନ କରାଯିବ ତା ଉପରେ ଆଲୋଚନା କରିଥିଲେ।

ଏହା ସହିତ ଖେଳାଳି ଓ ଅନ୍ୟ ପ୍ରତିନିଧିଙ୍କ ପକେଟ୍‌ ଆଲାଉନ୍‌ସ, ମେଡାଲ୍‌ ୱିନର ଆଦିଙ୍କ ପାଇଁ ଦିଆଯିବାକୁ ଥିବା ପ୍ରୋତ୍ସାହନ ରାଶି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ଡ.ସାମନ୍ତ କ୍ରୀଡ଼ା ସଙ୍ଗଠନ, କ୍ରୀଡ଼ାବିତଙ୍କ ସହ କୋଚମାନଙ୍କୁ ମଧ୍ୟ ପ୍ରୋତ୍ସାହନ ଦିଆଯିବା ଉଚିିତ ବୋଲି କହିଥିଲେ। ଡ. ସାମନ୍ତ ଭାରତୀୟ ଭଲିବଲ ସଂଘର ସଭାପତି ଓ ଆହୁରି ଅନେକ କ୍ରୀଡ଼ା ସଙ୍ଗଠନର ସଦସ୍ୟ ରହିଛନ୍ତି। ଭାରତୀୟ ଅଲିମ୍ପିକ ଆଡଭାଇଜରି ଗ୍ରୁପର ସଦସ୍ୟ ମନୋନୀତ କରିଥିବାରୁ ଡ. ସାମନ୍ତ ଆସୋସିଏସନର ମହାସଚିବ ରାଜୀବ ମେହେଟ୍ଟାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ଓଡ଼ିଶା ସରକାର ପ୍ରଥମକରି ଦୂତୀ ଓ ଅନ୍ୟ ଅଲିମ୍ପିକ ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ ଆରମ୍ଭ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.