ଦିନିକିଆ ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବନ୍ୟା ପରିସ୍ଥତି ସମ୍ପର୍କରେ କଲେ ସମୀକ୍ଷା

ବୌଦ୍ଧ (କେନ୍ୟୁଜ୍): ଦିନିକିଆ ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ହୋରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ନିର୍ମାଣଧିନ କିସ୍‌ କ୍ୟାମ୍ପସ ବୁଲି ଦେଖିଥିଲେ । ଏହାସହ ବୌଦ୍ଧ ସର୍କିଟ ହାଉସ ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବନ୍ୟା ପରିସ୍ଥତି ସମ୍ପର୍କରେ ଆଲୋଚନା କରିଥିଲେ।

ତୁରନ୍ତ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଆକଳନ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ସାଂସଦ । କଣ୍ଟାମାଳ ବ୍ଲକର ବନ୍ୟା କ୍ଷୟକ୍ଷତି ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ସହ ଆଲୋଚନା କରିଥିଲେ । ଏହି ସମୀକ୍ଷା ବୈଠକରେ ବୌଦ୍ଧ ଜିଲ୍ଲାପାଲ ସତ୍ୟ ରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହା ମିନାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.