ସରଗରମ ପଞ୍ଚାୟତ ରାଜନୀତି: ଚକାପାଦରେ କନ୍ଧମାଳ ସାଂସଦଙ୍କ ୬ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର

କେନ୍ୟୁଜ୍(ବ୍ୟୁରୋ):କନ୍ଧମାଳ ଜିଲ୍ଲା ଚକାପାଦରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନୀ ପ୍ରଚାର। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସାଂସଦ ଡ. ସାମନ୍ତ ଚକାପାଦ ବ୍ଲକରେ ବିଜେଡି କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ। ବ୍ଲକ୍‌ର ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ମମତାରାଣୀ ବେହେରାଙ୍କ ସପକ୍ଷରେ କର୍ମୀମାନଙ୍କ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନାର ସୁଫଳ କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିଛି ସେ ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇଥିଲେ। ପରେ କାଇଁଝର ଗ୍ରାମ ପଞ୍ଚାୟତର ବଦୃଗୁଡ଼ା, କୁମ୍ଭାର ସାହି, ପିପୁଡ଼େଇଠାରେ ଦଳର କୋର ସଦସ୍ୟଙ୍କ ସହ ନିର୍ବାଚନ ପରିଚାଳନା ନେଇ ଆଲୋଚନା କରିଥିଲେ।

achyuta saman

ସେହିପରି ବାଡ଼ିମୁଣ୍ଡା ପଞ୍ଚାୟତର ଓଲିଂଘୋଷାଠାରେ ଦଳର ଛାମୁଆ ସଦସ୍ୟଙ୍କ ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଯେଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ସାଂସଦ ଡ. ସାମନ୍ତ ସମସ୍ତ କର୍ମୀଙ୍କ ସହଯୋଗ କାମନା କରିଥିଲେ। ଏଥିରେ ଚକାପାଦ ବ୍ଲକ ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ମମତାରାଣୀ ବେହେରାଙ୍କ ସମେତ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ପୁନମ୍‌ କହଁର, ଦଳର ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଶିବ ତ୍ରିପାଠୀ, ବ୍ଲକ୍‌ ସଭାପତି ରାଜେଶ ଦିଗଲ ପ୍ରମୁଖ ଉପସ୍ଥିତ ଥିଲେ।

 

 

Leave A Reply

Your email address will not be published.