ଏସ୍‌ଆର୍‌ଏଫ୍‌ଟି ପରିଦର୍ଶନ କଲେ ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : କିସି ଓ କିଟ୍‌ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଗତକାଲି (ସୋମବାର) କୋଲକାତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆର୍‌ଏଫ୍‌ଟି) ପରିଦର୍ଶନ କରିଛନ୍ତି । ଏହି ଅବସରରେଇନ୍‌ଷ୍ଟିଚ୍ୟୁଟ୍‌ ର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଡକ୍ଟର ସାମନ୍ତ ଇନ୍‌ଷ୍ଟିଚ୍ୟୁଟ୍‌ ର ବିଭିନ୍ନ ବିଭାଗ ବୁଲି ଦେଖିବା ବେଳେ ଡିନ୍‌ ବିପିନ ବିଜୟ ଓ ରେଜିଷ୍ଟାର ସୁଶ୍ରୁ ଶର୍ମା ଡକ୍ଟର ସାମନ୍ତଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ । ଭାରତ ସରକାରଙ୍କ ଏହି ଚଳଚ୍ଚିତ୍ର ଶିକ୍ଷା ପ୍ରତିଷ୍ଠାନ ବଶ୍ୱରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି ।

ଗ୍ରାମ୍ୟ ଜୀବନରେ ଚଳଚ୍ଚିତ୍ରର ଭୂମିକା ବିଶେଷ ପ୍ରାଧାନ୍ୟ ବିସ୍ତାର କରୁଥିବାରୁ ଦେଶର କଲ୍ୟାଣ ପାଇଁ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ସାଂସଦ କହିଥିଲେ । ଏହି କ୍ଷେତ୍ରରେ ନିର୍ଦ୍ଦେଶକ ଶ୍ରୀ ଖଟୁଆଙ୍କ ଦୀର୍ଘଦିନର ଅଭିଜ୍ଞତା ଥିବାରୁ ଭାରତ ସରକାରଙ୍କ ଆଭିମୁଖ୍ୟ ବାସ୍ତବ ରୂପ ନେବା ସମ୍ଭବ ହେବ ବୋଲି ସାଂସଦ ସାମନ୍ତ କହିଥିଲେ । ଏହି ପ୍ରତିଷ୍ଠାନର କେତେକ ଶିକ୍ଷାର୍ଥୀ ଡକ୍ଟର ସାମନ୍ତଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଡକ୍ତର ସାମନ୍ତ କୋଲକାତା ବିମାନ ବନ୍ଦରରେ ପହଞ୍ଚିବା ପରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ । ମହା ଅଭିଭାବକ ସମ୍ମିଳନୀ ତାଙ୍କ ନେତୃତ୍ୱରେ କରାଯାଇ ବିଶ୍ୱରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବାରୁ ବହୁ ଶିକ୍ଷାବିତ୍‌ ତାଙ୍କୁ କୃତଜ୍ଞତା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.