Categories: ରାଜ୍ୟ

ଇସ୍ତଫା ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ, ଟିକେଟ ନମିଳିବାରୁ ଛାଡ଼ିଲେ ବିଜେଡି

କନ୍ଧମାଳ : ବିଜେଡି ଛାଡ଼ିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ବିଜେଡିରୁ ଟିକେଟ କଟିବା ପରେ ସେ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ଦୁଃଖ ପ୍ରକାଶ କରିଥିଲେ। ସେ ଆଶା ରଖିଥିଲେ ନୟାଗଡ଼ରୁ ବିଧାୟକ ପ୍ରାର୍ଥୀ ହେବେ। କିନ୍ତୁ ତାପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି।

ଅନ୍ୟପଟେ ଅର୍କ କେଶରୀ ଦେଓ ଓ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ମିଶିବା ସମ୍ଭାବନା ରହିଛି। ବିଜେଡିରୁ ଟିକେଟ ନମିଳିବାରୁ ସେମାନେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ପୂର୍ବ ନିର୍ବାଚନକୁ ଦେଖିଲେ ଜଣାପଡୁଛି, ବିଜେଡି ବିଧାୟକ କିମ୍ବା ସାଂସଦ ଦଳ ଛାଡି ଅନ୍ୟ ଦଳରୁ ନିର୍ବାଚନ ଲଢିଲେ ବିଜୟ ସମ୍ଭାବନା ନଥାଏ । ୨୦୦୯ ନିର୍ବାଚନରେ ଅର୍ଚ୍ଚନା ନାୟକ ଓ ବ୍ରଜକିଶୋର ତ୍ରିପାଠୀ ବିଜେଡିରୁ ବାହାରି ବିଜେପି ଟିକେଟ୍‌ରେ ଲଢିଥିଲେ । କିନ୍ତୁ ଉଭୟ ହାରିଥିଲେ । ସେହିପରି ୨୦୦୪ରେ ରାମକୃଷ୍ଣ ପଟ୍ଟନାୟକ, କମଳା ଦାସ ଓ ନଳିନୀ ମହାନ୍ତି ବିଜେଡି ଛାଡି କଂଗ୍ରେସରୁ ଲଢିଥିଲେ । କେବଳ ନଳିନୀଙ୍କୁ ଛାଡିଦେଲେ ଅନ୍ୟ ଦୁଇ ଜଣ ନିର୍ବାଚନ ହାରିଥିଲେ ।

KNews Bureau

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

14 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

16 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

19 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

26 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

40 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago