ଲୋନ୍‌ କରି ଦେବାକୁ କହି କୋଟି କୋଟି ଟଙ୍କା ଠକେଇ ଅଭିଯୋଗ, କନ୍ଧମାଳ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମ୍ୟାନେଜର ଗିରଫ

କନ୍ଧମାଳ(କେନ୍ୟୁଜ୍) : ଲୋନ୍‌ କରି ଦେବାକୁ କହି କୋଟି କୋଟି ଟଙ୍କା ଠକେଇ ଅଭିଯୋଗ। କନ୍ଧମାଳ ଜିଲ୍ଲା ସଦର ମହକୁମା ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମ୍ୟାନେଜର ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମ୍ୟାନେଜର ସାଗରିକା ନାୟକ ଲୋନ୍‌ କରାଇ ଦେବାକୁ କହି ଅନେକ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଇଥିଲେ। ହେଲେ ଲୋନ୍‌ କରାଇ ନଦେଇ ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ଏଥିରେ ସହଯୋଗ କରିଥିଲେ ତାଙ୍କ ସ୍ୱାମୀ। ଏହାର ପ୍ରତିବାଦରେ ୨୧ତାରିଖ ଦିନ ହିତାଧିକାରୀମାନେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବା ସହ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ବ୍ୟାଙ୍କ ମ୍ୟାନେଜର ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ସେପଟେ ବ୍ୟାଙ୍କ ମ୍ୟାନେଜର ସାଗରିକା ନାୟକ କହିଛନ୍ତି ମୋତେ ଫସାଇ ଦିଆଯାଇଛି। ତେବେ ତୁରନ୍ତ ଅର୍ଥ ଫେରସ୍ତ ପାଇବା ପାଇଁ ହିତାଧିକାରୀମାନେ ଦାବି କରିଛନ୍ତି ।