କଟକ ବଡ଼ ମେଡିକାଲରେ ଜଗାବଳିଆଙ୍କୁ ଭେଟିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ସ୍ୱାସ୍ଥ୍ୟ ଅବସ୍ଥା ସମ୍ବନ୍ଧରେ କଲେ ଆଲୋଚନା

କଟକ ବଡ଼ ମେଡିକାଲରେ ଏବେ ଚିକିତ୍ସାଧୀନ ଅଛନ୍ତି ଜଗାବଳିଆ । ଜଗାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟ ଭଲ ନାହିଁ । ତାକୁ ତରଳ ଖାଦ୍ୟ ଦିଆଯାଉଛି । ଏସସିସିବିରେ ଗତକାଲି ଜଗା-କାଳିଆଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ।  ଜଗା-କାଳିଆଙ୍କ ସହ ତାଙ୍କ ପରିବାର ବିଷୟରେ ବୁଝିଥିଲେ। ଜଗାକୁ କିସ୍‌ରେ ପାଠ ପଢାଇବାକୁ ଦେଇଥିଲେ ପ୍ରସ୍ତାବ। ଜଗା-କାଳିଆଙ୍କ ଆଉ ଦୁଇ ଭାଇ ମଧ୍ୟ ଅଛନ୍ତି। ସେମାନେ ଗାଁରେ ରହୁଛନ୍ତି।

jaga balia

ସେହି ଦୁଇ ଜଣଙ୍କୁ ମଧ୍ୟ କିସ୍‌ରେ ପାଠ ପଢାଇବା ପାଇଁ ପ୍ରସ୍ତାବ ଦେଇଥିଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ। ଏନେଇ ଏସିସବି ମେଡିକାଲ ଅଧୀକ୍ଷକ ଡାକ୍ତର ସିବିକେ ମହାନ୍ତି ଡକ୍ଟର ସାମନ୍ତଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । କହିଛନ୍ତି, ଡ. ସାମନ୍ତ ଜଣେ ଦରଦୀ ଓ ପରୋପକାରୀ ମଣିଷ ।  ଜଗା-କାଳିଆଙ୍କ ପରିବାରକୁ ସେ ଦେଇଥିବା ପ୍ରସ୍ତାବ ସ୍ୱାଗତଯୋଗ୍ୟ ।