କଙ୍ଗାରୁକୋର୍ଟର ଜୁଲୁମ୍: ବାଟ ମୁହଁରେ ତିଆରି ହୋଇଛି ପାଚେରୀ, ଏକ ମାସ ହେଲା ଗୃହବନ୍ଦୀ ଏହି ପରିବାର

ଆଳି(କେନ୍ଯୁଜ୍): କଙ୍ଗାରୁକୋର୍ଟ ! ଯାହା ଏହି ସମାଜରେ ଏକ ଜଣାଶୁଣା ନା। ଏହି କଙ୍ଗାରୁକୋର୍ଟରେ ନାକୁ ମାତ୍ର ବିଚାର କରାଯାଏ ନ୍ଯାୟ କିନ୍ତୁ କିଏ କେବେ ନ୍ଯାୟ ପାଇବା ଦେଖିବାକୁ ମିଳେନି। କଥାରେ ଅଛି ନା ଦୁର୍ବଳ ଉପରେ ଶବଳର ଅତ୍ଯାଚାର । ବାସ୍ ଏହି କଙ୍ଗାରୁକୋର୍ଟରେ ଦେଖାଯାଏ ଠିକ୍ ଏପରି କିଛି ନିୟମ । କେତେବେଳେ କାହାକୁ ଲଣ୍ଡା କରାଗଲାଣି ତ କେତେବେଳେ କାହା ବେକରେ ଚପଲ ମାଳ ଆଉ ମୁହଁରେ କଳା ଲଗାଇ ଦାଣ୍ଡ ବଜାର ବୁଲାଗଲାଣି। ତେବେ ଏସବୁ ଭିତରେ ପୁଣି ଏହି କଙ୍ଗାରୁକୋର୍ଟର ଜୁଲୁମକୁ ନେଇ ଏକ କାହାଣୀ ଆସି ପହଁଚିଛି ଆମ ପାଖରେ।

ଯେଉଁ କଙ୍ଗାରୁ କୋର୍ଟର ନିଷ୍ପତି ଯୋଗୁ ଦୁର୍ଦଶା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ତରିପାଟଣା ଗାଁର ବାବୁଲି ସାହୁଙ୍କ ପରିବାର।  ଯିବା ଆସିବା ବାଟରେ ନିର୍ମାଣ କରାଯାଇଛି କଂକ୍ରିଟ ପାଚେରୀ। ଆଜକୁ ଏକ ମାସ ହେବ ଏମିତି ଗୃହବନ୍ଦୀ ଜୀବନ ବିତାଉଛନ୍ତି ଏହି ପରିବାର। ପିଇବା ପାଣି ପାଇଁ ଘରୁ ବାହାରକୁ ଆସିବାକୁ ହେଲେ ପାଚେରୀ ଡେଇଁ ଯିବାଆସିବା କରିବାକୁ ପଡୁଛି। ଏମିତିକି ଗାଁର କିଛି ଲୋଙ୍କ ନିଷ୍ପତି କ୍ରମେ ନିଆଁ ପାଣି ବନ୍ଦ କରାଯିବା ସହ ଏକ ଘରିକିଆ କରି ରଖାଯାଇଛି।

kangaroo

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ବାବୁଲି ସାହୁ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଏହି ପାଟିତୁଣ୍ଡକୁ କେନ୍ଦ୍ର କରି ଗାଁର କିଛି ଲୋକ ବାବୁଲିଙ୍କ ପରିବାର ଯିବା ଆସିବା କରୁଥିବା ଗାଁ ମନ୍ଦିର ବେଢ଼ା ବାଟକୁ କଂକ୍ରିଟ ପାଚେରୀ ନିର୍ମାଣ କରି ବନ୍ଦ କରିଦେଇଛନ୍ତି। ଫଳରେ ବାବୁଲିଙ୍କ ପରିବାର ଘରୁ ବାହାରିବା ଏକ ପ୍ରକାର ବନ୍ଦ ହୋଇଯାଇଛି।ଏନେଇ ବାରମ୍ବାର ଆଳି ତହସିଲଦାରଙ୍କ ନିକଟରେ ଗୁହାରି କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ବାବୁଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉଭୟଙ୍କ ମଧ୍ୟରେ ହୋଇଥିବା ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଆଳି ତହସିଲଦାର କହିଛନ୍ତି।

ଆଜିର ଯୁଗରେ ଆଇନ୍ ବ୍ଯବସ୍ଥା ଏ ସୁଦ୍ରୁଢ ହୋଇ ମଧ୍ଯ , ଏବେବି ସମାଜରେ ଚାଲିଛି କଙ୍ଗାରୁକୋର୍ଟର ଦାଦାଗିରି । ଏଦିଗରେ କାହିଁକି ପ୍ରଶାସନ ଗ୍ରହଣ କରୁନାହିଁ କଠୋର ପଦକ୍ଷପ? କଣ ଏହା ପଛରେ ରହିଛି କି ବଡବଡୁଆଙ୍କ ହାତ? ତେବେ ଏ ଘଟଣାରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବାବୁଲିଙ୍କ ପରିବାରକୁ ଉଚିତ୍ ନ୍ଯାୟ ଦେବାକୁ ସାଧାରଣରେ ଦାବି ହୋଇଛି।

 

Leave A Reply

Your email address will not be published.