ଅମାନୁଷିକତା : ବାଲେଶ୍ୱର ବାଲିଆପାଳ ଚୌମୁଖ ଗାଁରେ କଙ୍ଗାରୁ କୋର୍ଟ, ଯୁବକଙ୍କ ଗୁପ୍ତାଙ୍ଗରେ ଝୁଲାଇ ଦେଲେ ପଥର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଚୌମୁଖ ଗାଁରେ କଙ୍ଗାରୁ କୋର୍ଟ । ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ଗୁପ୍ତାଙ୍ଗରେ ଝୁଲାଇ ଦେଲେ ପଥର ।
ଘରେ କେହି ପୁରୁଷ ଲୋକ ନଥିବା ବେଳେ ଯୁବକ ଜଣଙ୍କ ଗାଁର ଜଣଙ୍କ ଘର ଭିତରକୁ ଚାଲିଯାଇଥିଲେ । ଗାଁଲୋକେ ଏହା ଜାଣିପାରିବା ପରେ ଯୁବକଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ଗାଁଲୋକେ ଏପରି ଦଣ୍ଡ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସକୁ ନଜଣାଇ ଗାଁରେ କଙ୍ଗାରୁ କୋର୍ଟ କରି ଏମିତି ଦଣ୍ଡ ଦେବାକୁ ନେଇ ଉଠିଛି ପ୍ରଶ୍ନ ।