ସାଲେପୁର: ସାଲେପୁରରେ କଙ୍ଗାରୁ କୋର୍ଟ । ରାସ୍ତାରେ ଶୌଚ କରିବାରୁ ମହିଳାଙ୍କୁ ମନ୍ଦିର ଗେଟରେ ବାନ୍ଧି ନିର୍ଯାତନା ଦେଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ନଇଗୁଆଁରେ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡ଼ିଓ । ମହିଳା ଜଣକ ବାରମ୍ବାର ରାସ୍ତାରେ ଶୌଚ କରନ୍ତି । ଯାହାକୁ ବାରମ୍ବାର ବିରୋଧ କରିଆସୁଥିଲେ ସ୍ଥାନୀୟ ବାସିନ୍ଦା । ମହିଳା ଜଣଙ୍କ ନ ମାନିବାରୁ ଗ୍ରମବାସୀ ଉକ୍ତ ମହିଳାଙ୍କୁ ଗ୍ରୀଲରେ ବାନ୍ଧି ନିର୍ଯାତନା ଦେଇଥିବା ଅଭିଯୋଗ ।
ତେବେ କଥା ହେଉଛି । ସରକାରଙ୍କ ଆଇନକାନୁନ ଥିବାବେଳେ ଲୋକମାନେ ମିଳିମିଶି ମହିଳାଙ୍କୁ ଏକ ରାସ୍ତାପାର୍ଶ୍ୱ ଗ୍ରୀଲରେ ହାତ ବାନ୍ଧି ସର୍ଵସମ୍ମୁଖରେ ଦଣ୍ଡ ଦେବାପାଇଁ ନିଷ୍ପତ୍ତି ନେଲେ କିଭଳି । ତହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । କେଉଁ ମାନେ ଏଥିରେ ସଂପୃକ୍ତି ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଦାବି ସାଧାରଣରେ ଜୋର ଧରିଛି ।