ମହଙ୍ଗା ପଡିଲା ପେଟ୍ରୋଲ ପମ୍ପ ମାଲିକଙ୍କ ଘରୁ ଚୋରି କରିବା, ଘରେ ପଶେଇ ନିସ୍ତୁକ ଛେଚିଲେ

ପଟ୍ଟାମୁଣ୍ଡାଇ(କେ ନ୍ୟୁଜ): ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଲିକଙ୍କ ନିସ୍ତୁକ ମାଡ଼। ପେଟ୍ରୋଲ ପମ୍ପ ମାଲିକଙ୍କ ଘରୁ ଟଙ୍କା ଚୋରି ଅଭିଯୋଗରେ ଘରେ ପୁରାଇ ନିସ୍ତୁକ ମାଡ଼ ମାରୁଥିବା ଦେଖାଯାଇଛି। ପଟ୍ଟାମୁଣ୍ଡାଇ ବଡ଼ପଡ଼ା ପଞ୍ଚାୟତ ମହାଦେବ ପେଟ୍ରୋଲ ପମ୍ପ ମାଲିକ କର୍ମଚାରୀଙ୍କୁ ମାଡ଼ ମାରିବା ଭିଜୁଆଲ ସୋସିଆଲ ମିଡିଆରେ ଘୁରି ବୁଲୁଛି। ମାଲିକଙ୍କ ଘରୁ ଟଙ୍କା ଚୋରାଇଥିବା ଅଭିଯୋଗ ଆଣି କର୍ମଚାରୀଜଣକୁ ଏକ ଘରେ ପୁରାଇ ମାଡ଼ ମାରିଥିଲେ।

ଘର ଭିତରେ ଆଉ କିଛି ଲୋକ ମଧ୍ୟ ବସି ରହି ଏହାକୁ ଦେଖୁଥିଲେ। ପ୍ରବଳ ମାଡ଼ ହେବା ପରେ ଭୟଭୀତ ହୋଇ କର୍ମଚାରୀ ଜଣକ ଚୋରି କରିଥିବା ମାନି ଯାଇଛନ୍ତି। କିନ୍ତୁ କୁହାଯାଇଥିବା ଚୋରି ଟଙ୍କା ମାଲିକଙ୍କ ଘରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିଲେ ମଧ୍ୟ ଭିଡିଓ ଭାଇରାଲ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏସପି ସମ୍ବିତ ସଂପଦ।.

Leave A Reply

Your email address will not be published.