ଗାଁରେ କଙ୍ଗାରୁ କୋର୍ଟ,ବୃଦ୍ଧଙ୍କ ବେକରେ ଚପଲ ମାଳ ପକାଇ ରାସ୍ତାରେ ଚଲାଇଲେ

ବଲାଙ୍ଗିର: ଗାଁରେ କଙ୍ଗାରୁ କୋର୍ଟ । ଜଣେ ବରିଷ୍ଠ ନାଗରିକଙ୍କୁ ବାନ୍ଧି, ଗାଁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ । ତାଙ୍କ ହାତ ବାନ୍ଧି ବେକରେ ଚପଲ ମାଳ ପକାଇ ଚଲାଇ ଚଲାଇ ନେଇଛନ୍ତି। ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ବ୍ରହ୍ମଣୀ ଡୁଙ୍ଗିରି ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ, ଯାହା ଏବେ ଭାଇରାଲ ହୋଇଛି। ବୃଦ୍ଧଙ୍କୁ ଚଲାଇ ଚଲାଇ ନେଇ ଗାଁର ଗୋଟିଏ ସ୍ଥାନରେ ଠିଆ କରିବା ପରେ ସେଠାରେ ଆରମ୍ଭ ହୋଇଥିଲା କଙ୍ଗାରୁ କୋର୍ଟ।

ଗାଁର ଅନ୍ୟ ଲୋକମାନେ ସେଠାରେ ଏକାଠି ହୋଇଥିଲେ। ସେଠାରେ ବୃଦ୍ଧଙ୍କ ମୁହଁରେ ପାଉଁଶ ବୋଳା ଯାଇଥିଲା। ଜଣେ ଗାଳି ଗୁଲଜ କରିବା ସହ ବୃଦ୍ଧଙ୍କୁ ମାଡ ବି ମାରିଥିଲେ। ବିଚାର ଚାଲିବା ସମୟରେ ଉପସ୍ଥିତ କିଛି ଗ୍ରାମବାସୀ ତାକୁ ଛାଡି ଦେବାକୁ କହୁଥିବା ବେଳେ ଆଉ କିଛି ତାଙ୍କୁ ବାନ୍ଧି ରଖିବା ସପକ୍ଷରେ ଯୁକ୍ତି ବାଢୁଥିଲେ। କିଛି ଲୋକ ଏପରି ଜଣକୁ ବାନ୍ଧି ରଖିବାକୁ ଅମାନବୀୟ ବୋଲି ମଧ୍ୟ କହିଥିଲେ। କିନ୍ତୁ ବରିଷ୍ଠ ନାଗରିକ ଜଣଙ୍କ କଣ ଦୋଷ କରିଛନ୍ତି, ତାହା ଏହି ଭିଡିଓରୁ ସ୍ପଷ୍ଟ ବୁଝାପଡୁ ନାହିଁ। ଖବର ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.