ନବୀନ ନିବାସରେ DMK ସଂସଦୀୟ ଦଳର ଉପନେତା କାନିମୋଇ କରୁଣାନିଧି,ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଚିଠି କଲେ ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କାନିମୋଇ କରୁଣାନିଧି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି DMK ସଂସଦୀୟ ଦଳର ଉପନେତା କାନିମୋଇ କରୁଣାନିଧି। ଏହି ଅବସରରେ ନବୀନଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଚିଠି ଦେଇଛନ୍ତି। NEET ପରୀକ୍ଷାରେ ଗ୍ରାମାଞ୍ଚଳ ଓ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ। ସବୁବର୍ଗର ଛାତ୍ରଛାତ୍ରୀଙ୍କୁ ଜାତୀୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ମିଳିବା ନେଇ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ।

cm naveen

ପୂର୍ବରୁ ଏହି ପ୍ରସଙ୍ଗ କେନ୍ଦ୍ର ନିକଟରେ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଟ୍‌ରେ ସବୁବର୍ଗର ଛାତ୍ରଛାତ୍ରୀ ଭାଗ ନେଇ ପାରୁନାହାନ୍ତି। ଆଇଆଇଟି ଓ ୟୁପିଏସସି ପରୀକ୍ଷାରେ ମଧ୍ୟ ସମାନ ଧରଣର ଅସୁବିଧା ଉପୁଜୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.