ମାନବିକତାର ପରିଚୟ ଦେଲେ କରଞ୍ଜିଆ ଥାନା ଅଧିକାରିଣୀ: ମାନସିକ ବିକ୍ରୁତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଭର୍ତ୍ତି କଲେ ଡାକ୍ତରଖାନାରେ

କରଞ୍ଜିଆ: ମାନସିକ ବିକ୍ରୁତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମାନବିକତାର ପରିଚୟ ନେଖାଇଲେ କରଞ୍ଜିଆ ଥାନା ଅଧିକାରିଣୀ ସରୋସିଜି ସିଂ । ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଷ୍ଟାଡିୟମ ନିକଟରେ ଏକ ମାନସିକ ବିକ୍ରୁତ ମହିଳା ରକ୍ତାକ୍ତ ଅବସ୍ଥାରେ ପଡି ଛଟପଟ ହେଉଥିଲେ । ଅତ୍ଯଧିକ ଋତଚସ୍ରାବ ହେବାରୁ ମହିଳା ଜଣଙ୍କ ଗୁରୁତର ହୋଇପଡିଥିଲେ । ଯାହାଙ୍କ ଉପରେ ଜଣେ ସମାଜକର୍ମୀଙ୍କର ନଜର ପଡିଥିଲା । ଏହାପରେ ସେ ଏନେଇ କରଞ୍ଜିଆ ଥାନା ଅଧିକାରିଣୀଙ୍କୁ ଜଣାଇଥିଲେ ।

ତେବେ କରଞ୍ଜିଆ ଥାନା ଅଧିକାରିଣୀ ସରୋସିଜି ସିଂ ତୁରନ୍ତ ଘଟଣାସ୍ଥଳରେ ପହଁଚି ୧୦୮ ଆମ୍ବୁଲାନ୍ସ ଡାକି ନିଜେ ମହିଳା ଜଣଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବିକ୍ରୁତ ମହିଳା ଜଣଙ୍କ ଚିକିତ୍ସିତ ହେଉଥିବାବେଳେ ଏଭଳି ମାବିକତା ଦେଖାଇଥିବାରୁ ଥାନା ଅଧିକାରିଣୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.