୨୫ ତମ କାର୍ଗିଲ ବିଜୟ ଦିବସ: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ

ଭୁବନେଶ୍ୱର : ୨୫ ତମ କାର୍ଗିଲ ବିଜୟ ଦିବସରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ । ଗତକାଲି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଶିଷ୍ଟ ବ୍ୟକ୍ତି ବିଶେଷ । ଭୁବନେଶ୍ୱରର ମହାବିଦ୍ୟାଳୟ ବିଭାଗ ପକ୍ଷରୁ ମହାନଗରର ପାଞ୍ଚଟି ସ୍ଥାନରେ “କାରଗିଲ ବିଜୟ ଦିବସ” ପାଳନ କରାଯାଇ ଅମର ବଳିଦାନୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ସୂଚନା ଅନୁସାରେ ନୟାପଲ୍ଲୀରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ୱାରେଣ୍ଟ ଅଫିସର ଜଗବନ୍ଧୁ ସାହୁ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ଭୀମ ଟାଙ୍ଗୀରେ ପୂର୍ବତନ କର୍ଣ୍ଣେଲ ସୁରେନ୍ଦ୍ର ନାଥ ସେନ, ବାଣୀବିହାରରେ ପୂର୍ବତନ ଫ୍ଲାଇଙ୍ଗ ଅଫିସର ବିପିନ ବିହାରୀ ପଟ୍ଟନାୟକ, ଡୁମୁଡୁମାଠାରେ ପୂର୍ବତନ ମେରାଇନ କମାଣ୍ଡୋ ରବୀନ୍ଦ୍ର କୁମାର ସାହୁ, ଡମଣାଠାରେ ପୂର୍ବତନ ବାୟୁସେନା ଅଧିକାରୀ ରଞ୍ଜନ ସାହୁ ପ୍ରମୁଖ କାରଗିଲ ଯୋଦ୍ଧା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏପରିକି ବିଦ୍ୟାର୍ଥୀ ଓ ସ୍ଵୟଂସେବକ ମାନଙ୍କୁ ଯୁଦ୍ଧ ଅନୁଭୁତି ଓ ସେନାର ବଳିଦାନ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ ।