ରାଜଧାନୀର ଫଳ ଦୋକାନୀଙ୍କୁ ଠକିଲା କର୍ଣ୍ଣାଟକ କମ୍ପାନୀ, ଚୁନା ଲଗାଇଦେଲା ୧.୭୧ ଲକ୍ଷ

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ଫଳ ଦୋକାନୀଙ୍କୁ ଠକିଲା କର୍ଣ୍ଣାଟକର ଜାଲ୍‌ କମ୍ପାନୀ। ହୋଲସେଲରେ ଫଳ ଯୋଗାଇବା ବାହାନାରେ ବ୍ୟବସାୟୀ ଅରୁଣ ସ୍ୱାଇଁଙ୍କ ଠାରୁ ଏକ ଲକ୍ଷ ୭୧ହଜାର ଟଙ୍କାର ଠକେଇ ହୋଇଛି। ଏ ନେଇ ସେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି।

ରିପୋର୍ଟ ମୁତାବକ, କର୍ଣ୍ଣାଟକର ତାଜ୍‌ ଫ୍ରୁଟ୍‌ସ କମ୍ପାନୀ ଫଳ ଯୋଗାଇବାକୁ ଅରୁଣ ସ୍ୱାଇଁଙ୍କୁ ଯୋଗାଯୋଗ କରିଥିଲା। କଥାବାର୍ତ୍ତା ପରେ ବିଶ୍ୱାସ ଜନ୍ମାଇବାକୁ ଟ୍ରକ୍‌ରେ ଲୋଡ ହୋଇଥିବା ଫଳର ଫଟୋ ପଠାଇବା ସହ ଭିଡିଓ କଲ୍‌ରେ ଗାଡିଂ ଲୋଡିଂ ହେଉଥିବା ଦେଖାଇଥିଲେ। ପ୍ରଥମେ ଅଧା ଟଙ୍କା ଓ ପରେ ବକେୟା ଅର୍ଥ ଦେବାକୁ ଡିଲ୍‌ ହୋଇଥିଲା। ଫଳ ପାଇଁ ୫ଟି ପର୍ଯ୍ୟାୟରେ ଟଙ୍କା ଦେଇଥିଲେ ଅରୁଣ। କିନ୍ତୁ ଟଙ୍କା ଦେବା ପରେ ଆଉ ଧରା ଛୁଆଁ ଦେଇନଥିଲା ତାଜ୍‌ ଫ୍ରୁଟ୍‌ସ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ସେ ଥାନାରେ ଏତଲା ଦେଇଛନ୍ତି। ସେପଟେ ତାଜ୍‌ ଫ୍ରୁଟ୍‌ସ ନାମରେ ସେଠାରେ କୌଣସି କଂପାନୀ ନଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.