ଥମୁନି କର୍ଣ୍ଣାଟକ ରିସୋର୍ଟ ରାଜନୀତି : ଦୁଇ ବିଧାୟକଙ୍କ ମଧ୍ୟରେ ହେଲା ହାତହାତି

ବେଙ୍ଗାଲୁରୁ (କେନ୍ୟୁଜ୍) :ଥମୁନି କର୍ଣ୍ଣାଟକ ରିସୋର୍ଟ ରାଜନୀତି । ବିଜେପି ବିଧାୟକ ଗୁରୁଗ୍ରାମର ରିସୋର୍ଟରୁ ଫେରିବା ପରେ ବିଧାୟକ କିଣାବିକା ନେଇ ବେଙ୍ଗାଳୁରୁର ଏକ ରିସୋର୍ଟରେ କଂଗ୍ରେସ ବିଧାୟକଙ୍କୁ ରଖାଯାଇଛି । ତେବେ ଦୁଇ ବିଧାୟକଙ୍କ ମଧ୍ୟରେ ମାଡପିଟ ପରେ ଜଣେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ପରେ ବିଧାୟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦଳ ସଫେଇ ଦେଇଛି। ବିଜେପି କହିଛି, ଡାକ୍ତର ସତ୍ୟ ପଦାକୁ ଆଣନ୍ତୁ ।

କର୍ଣ୍ଣାଟକ ନାଟକ ସରୁନି। ଅପରେସନ ଲୋଟସ ଥ୍ରୀକୁ ନେଇ ଚାଲିଥିବା ଚର୍ଚ୍ଚାରେ ଯବନିକା ପଡୁନି। ବିଜେପିରୁ ନିଜ ବିଧାୟକଙ୍କୁ ବଞ୍ଚାଇବାକୁ କଂଗ୍ରେସ ଦଳ ନେତାଙ୍କୁ ବେଙ୍ଗାଳୁରୁର ଇଗଲଟଲ ରିସୋର୍ଟରେ ରଖିଛି। ଖବର ଆସିଛି ସେଠାରେ ଦୁଇ କଂଗ୍ରେସ ବିଧାୟକ ହାତାହାତି। ଆହତ ବିଧାୟକ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି। ଏଭଳି ଖବର ଦିନସାରା ଚହଳ ସୃଷ୍ଟି କରିବା ପରେ ଦଳ ଏହାକୁ ଖଣ୍ଡନ କରିଛି। ବିଧାୟକ ଆନନ୍ଦ ସିଂହଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କହିଛନ୍ତି ବରିଷ୍ଠ ନେତା ଡିକେ ଶିବକୁମାର। ଏହାସହ ସିଏଲପି ବୈଠକରେ ଯୋଗଦେଇପାରିନଥିବା ବିଧାୟକମାନେ ମଧ୍ୟ ଦଳ ସହିତ ରହିଛନ୍ତି ବୋଲି ସେ କହିଛନ୍ତି। ବିଧାୟକ ଦଳ ବୈଠକରେ ୪ ବିଧାୟକ ଯୋଗ ଦେଇ ନଥିଲେ। ସେମାନେ ବିଦ୍ରୋହୀ ବୋଲି ଅନୁମାନ କରାଯାଉଛି।

karnataka 2

ଏହି ଘଟଣା ପରେ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ନେଇ ଟାର୍ଟେଟ କରିଛି କର୍ଣ୍ଣାଟକ ବିଜେପି। ନିଜ ଦଳରେ କିଛି ଠିକ ନଥିବା ବେଳେ ଅନ୍ୟ ପ୍ରତି ଆକ୍ଷେପ କରିବା ଅନୁଚିତ ବୋଲି ଟ୍ଵିଟରେ ପ୍ରତିକ୍ରିୟା ଦେଇଛି ବିଜେପି। ଡାକ୍ତରଖାନା କର୍ତ୍ତୃପକ୍ଷ ସତ୍ୟ ପ୍ରକାଶ କରନ୍ତୁ ବୋଲି ଦାବି କରିଛି।

କର୍ଣ୍ଣାଟକ ବିଧାନସଭାରେ ୭୯ କଂଗ୍ରେସ ବିଧାୟକ ଅଛନ୍ତି। ସେଥିରୁ ୪ ବିଧାୟକ ବିଦ୍ରୋହୀ ବୋଲି କୁହାଯାଉଛି। ବିଜେପି ସେହି ନେତାଙ୍କୁ ନିଜ ଆଡକୁ ନେବାକୁ ଚେଷ୍ଠା କରୁଥିବା ଅଭିଯୋଗ କରୁଛି କଂଗ୍ରେସ। ଏହାକୁ ଦୃଷ୍ଟିରେ ରଖି ଦଳ, ସମସ୍ତ ବିଧାୟକଙ୍କୁ ନେଇ ରିସୋର୍ଟରେ ଏକାଠି ରଖିଛି। ସେପଟେ ବିଜେପି ମଧ୍ୟ ନିଜ ବିଧାୟକଙ୍କୁ ନେଇ କିଛି ଦିନ ପାଇଁ ଗୁରୁଗ୍ରାମର ଏକ ରିସୋର୍ଟରେ ରଖିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.