ପୁରୀ: ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କ ପାଇଁ ଆସନ୍ତାକାଲି ପଞ୍ଜୀକରଣର ଶେଷ ଦିନ

ପୁରୀ(କେନ୍ୟୁଜ୍):  ହବିଷ୍ୟାଳିଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା । ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ୩୦ ହଜାରରୁ ଅଧିକ ହବିଷ୍ୟାଳିଙ୍କ ସମାଗମ ହେବ । ତେଣୁ ବ୍ରତ ପାଳନରୁ ବଞ୍ଚିତ ହେଉଥିବା ବହିଷ୍ୟାଳିମାନଙ୍କ ପାଇଁ ଗତ ୪ ବର୍ଷ ଧରି ରାଜ୍ୟ ସରକାର ହବିଷ୍ୟାଳି ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି । ଏହି ଯୋଜନାର ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଜାରି ରହିଛି ପଞ୍ଜୀକରଣ । ଆସନ୍ତାକାଲି ପଞ୍ଜୀକରଣର ଶେଷ ଦିନ । ତେବ ବର୍ତ୍ତମାନ ସୁଦ୍ଧା କେବଳ ପୁରୀରେ ୧୬ଶହ ଭବିଷ୍ୟାଳିଙ୍କ ପଞ୍ଜୀକରଣ ହୋଇ ସାରିଛି । ହବିଷ୍ୟାଳିଙ୍କ ରହିବା ପାଇଁ ୩ଟି ଶିବିର କରାଯାଇଛି । ମୋଚି ସହା କଲ୍ୟାଣ ମଣ୍ଡପ, ରେଳବାଇ ପର୍ଯ୍ୟଟନ କମ୍ପଲେକ୍ସ, ନରେନ୍ଦ୍ର କୋଣ କେନ୍ଦ୍ରରେ ୩ ହଜାର ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏକ ମାସ ଧରି ସେମାନଙ୍କୁ ମାଗଣାରେ ମହାପ୍ରସାଦ, ରହିବା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଏବଂ ଗମନାଗମନ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.