ଆଜିଠୁ ଆରମ୍ଭ ହେଲା ଧର୍ମର ମାସ କାର୍ତ୍ତିକ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ହବିଷ୍ୟାଳୀଙ୍କୁ ଶ୍ରୀକ୍ଷେତ୍ର ମନା

ପୁରୀ(କେନ୍ଯୁଜ୍): ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ । ଆଜିଠୁ ୧ ମାସ ଧରି ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ପାଳିବେ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ରହିଛି। ପ୍ରତିଦିନ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ। ପୁରୀରେ ଭୋରୁ ଭୋରୁ ମହିଳାମାନେ ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ବ୍ୟାରିକେଡ ବାହାରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ହିବଷ୍ୟାଳୀ ।

ଭୋର ୪ଟା ପରିବର୍ତ୍ତେ ଆଜି ସକାଳ ସାଢେ ୬ଟାରେ ସିଂହଦ୍ୱାର ଖୋଲିଥିଲା । କୋଭିଡ କଟକଣା ପାଇଁ ଏଥର ହବିଷ୍ୟାଳୀଙ୍କୁ ଶ୍ରୀକ୍ଷେତ୍ର ମନା ହୋଇଛି। ପୁରୀ ନ ଆସି ଘରେ ରହି ବ୍ରତ ପାଳନ କରୁଛନ୍ତି। ତେବେ ହବିଷ୍ୟାଳି ଓ ଭକ୍ତମାନେ କେମିତି ସୁରୁଖୁରରେ ମହାପ୍ରସାଦ ପାଇପାରିବେ ସେନେଇ ବ୍ୟବସ୍ଥା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.