କଟକ : ଆସନ୍ତାକାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏଥିଲାଗି ବିଭିନ୍ନ ନଦୀ କୂଳରେରେ ଲାଗିଛି କାଉଡ଼ିଆମାନଙ୍କ ଭିଡ଼ । ନଦୀମାନଙ୍କରୁ ପାଣି ଉଠାଇ ଜଳଲାଗି କରିବେ ମହାଦେଵଙ୍କ ପାଖରେ । ଶ୍ରାବଣ ମାସରେ ମହାଦେଵଙ୍କ ପାଖରେ ଜଳଲାଗି କଲେ ଅଶେଷ ପୁଣ୍ୟ ପ୍ରାପ୍ତି ଏବଂ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି ।
ମହାଦେଵଙ୍କ ପାଖରେ ଜଳଲାଗି କରିବା ପାଇଁ ବିଭିନ୍ନ ନଦୀ କୂଳରୁ ପାଣି ଉଠାଇବା ସହ ରୀତିନୀତିରେ ପୂଜାର୍ଚ୍ଚନା କରି ନିଜ ନିଜ ମାନସିକ କରିଥିବା ଶୈବ ପିଠ ଅଭିମୁଖେ ଯାଉଛନ୍ତି ଶିବ ଭକ୍ତମାନେ । ମହାନଦୀରୁ ପାଣି ଉଠାଇବା ପାଇଁ କଟକ ଗଡ ଗଡ଼ିଆ ଘାଟରେ ଶହ ଶହ କାଉଡ଼ିଆଙ୍କ ଭିଡ଼ ଜମିଛି । ଏହି ଘାଟରୁ ପାଣି ଉଠାଇ ମହାଦେଵଙ୍କ ପାଖରେ ପାଣି ଲାଗି କଲେ ମନସ୍କାମନା ପୁରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥି ଲାଗି ପ୍ରତି ବର୍ଷ କଟକ ଗଡ ଗଡ଼ିଆ ଘାଟରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ କାଉଡ଼ିଆମାନେ ପାଣି ଉଠାଇଥାନ୍ତି ।