ସାରା ଦେଶରେ କବଚ ଲଗାଇବା ପାଇଁ ଯୋଜନା କରାଯାଇଛି, ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ଅଧିକ ଅର୍ଥ ଅଜାଡି ଦେଲେ । ଏହା କେନ୍ଦ୍ର ସରକାର ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ୧୦ହଜାର ୫୮୬ କୋଟି ଟଙ୍କାର ରେଳ ଅନୁଦାନ ଓଡିଶା କୁ ମିଳିଛି । ଗତ ବର୍ଷ ୧୦ହଜାର ୧୨କୋଟି ଟଙ୍କା ବଜେଟ ରେ ଅନୁଦାନ ମିଳିଥିଲା । ଉପା ସରକାର ସମୟରେ କେବଳ ୮୩୮କୋଟି ଟଙ୍କା ମିଳୁଥିଲା ଏବେ NDA ସରକାର ରେ ୧୨ ଗୁଣା ଅଧିକ ଅର୍ଥ ମିଳୁଛି । ରାଜ୍ୟରେ ଏବେ ୪୦ଟି ରେଳ ପ୍ରୋଜେକ୍ଟରେ କାମ ଚାଲୁଅଛି । ୪୦୧୭କିମିର ରେଳ ଲାଇନ କାର୍ଯ୍ୟ ଚାଲୁଥିବା ବେଳେ ଏଥିପାଇଁ ମୋଟ ୫୪ହଜାର ୪୩୪କୋଟି ଟଙ୍କା ଖର୍ଚ୍ଚ ହେବ।

ରାଜ୍ୟରେ ୧୦୦ ପ୍ରତିଶତ ରେଳ ଲାଇନ ବିଦ୍ୟୁତି କରଣ ହୋଇଯାଇଛି । ରାଜ୍ୟରେ ଏବେ ଅନୁଗୁଳ, ବଲାଙ୍ଗୀର, ସମ୍ବଲପୁର, ପୁରୀ, ଭୁବନେଶ୍ୱର, ରାଉରକେଲା, ଟିଟିଲାଗଡ଼, ମୁନିଗୁଡା ଭଳି ୫୯ରେଳଷ୍ଟେସନ ଅମୃତ ଭାରତ ଯୋଜନାରେ ନବୀନକାରଣ କରାଯାଉଛି । ସେହିପରି ୨୦୧୪ପରଠାରୁ ରାଜ୍ୟ ରେ ୪୨୭ଟି ଫ୍ଲାଏ ଓଭର ଓ ଅଣ୍ଡର ପାସ କାର୍ଯ୍ୟ ସରିଯାଇଛି । ରାଜ୍ୟରେ ଚାଲୁଥିବା ରେଳ ପ୍ରୋଜେକ୍ଟ ନେଇ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେବ କହିଲେ କେନ୍ଦ୍ର ରେଳ ମନ୍ତ୍ରୀ ।

ଚିତ୍ର ଆଙ୍କି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଟନେଲ ଓ ହିମାଳୟ ପାହାଡ଼ରେ ହେଉଥିବା ଟନେଲ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଲେ କେନ୍ଦ୍ର ରେଳ ମନ୍ତ୍ରୀ ଉଭୟ ଟନେଲ ଭିନ୍ନ ରହିଥିବାରୁ ଅଲଗା ଅଲଗା ଡିଜାଇନ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ କହିଛନ୍ତି । ଦ୍ରୁତ ଗତିରେ ଚାଲିଛି ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ।  ଗତକାଲି ଗୋଟିଏ ଟନେଲ କାର୍ଯ୍ୟ ଶେଷ ହୋଇଛି। ଖୁବ ଶୀଘ୍ର ପୁରୀ କୋଣାର୍କ ରେଳପଥ ଓ ମାଲକାନଗିରି ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ।

You might also like