କୋରାପୁଟ: ସୁପରଷ୍ଟାର ବିଗ୍ ବିଙ୍କ ଟିଭି ସୋ’ କୌନ୍ ବନେଗା କରୋଡପତି ନାଁରେ ଠକେଇ, ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
କୋରାପୁଟ: କୋଟି ପତି ହେବାର ଲୋଭରେ ହୋଇଗଲେ କାଙ୍ଗାଳ । ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୁପରଷ୍ଟାର ବିଗ୍ ବିଙ୍କ ଟିଭି ସୋ’ କୌନ୍ ବନେଗା କରୋଡପତି ନାଁରେ ହୋଇଛି ଠକେଇ । ୨୫ ଲକ୍ଷ ଟଙ୍କାର ଲୋଭ ଦେଖାଇ ଲୁଟି ନେଲେ ୩ ଲକ୍ଷ ୧୫ ହଜାର ଟଙ୍କା । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ନିକଟସ୍ଥ ମାଳିଗୁଡ଼ାରେ । ଭୀମସେନ୍ ଗୌଡ଼ଙ୍କ ନିକଟୁ ୨୫ ଦିନ ତଳେ ମୁମ୍ବାଇର ରାଣା ପ୍ରତାପ ସିଂଙ୍କ ନାଁରେ ଫୋନ୍ ଆସିଥିଲା । କେବିସିର କର୍ମଚାରୀ ପରିଚୟ ଦେଇ କଲ୍ କରିଥିଲେ । ଆଉ କମ୍ପାନୀ ତରଫରୁ ଭୀମସେନ୍ ୨୫ ଲକ୍ଷ ଟଙ୍କା ଲଟେରୀରେ ଜିତିଥିବା କହିଥିଲେ । ଏପରିକି ତାଙ୍କଠାରୁ ହ୍ଵାଟ୍ସଆପ୍ରେ ତାଙ୍କ ଫଟୋ ଓ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ନେଇ ଷ୍ଟେଟ ବ୍ୟାଙ୍କର ଏକ ନକଲି ଦସ୍ତାବିଜ୍ ପ୍ରସ୍ତୁତ କରିଥିଲେ । ଗତ ୩୧ ତାରିଖରେ ତାଙ୍କ ଆକାଉଣ୍ଟକୁ ୨୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଦର୍ଶାଇ କିଛି ଦସ୍ତାବିଜ୍ ପଠାଇବା ସହ ଏଥିପାଇଁ ଟ୍ୟାକ୍ସ ବାବଦକୁ ଗୋଟିଏ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ପ୍ରଥମେ ୧୨ ହଜାର ଓ ପରେ ୮୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ କହିଥିଲେ । ଏହା ପରେ ପର୍ଯ୍ୟାୟ କ୍ରମେ ରାଣାପ୍ରତାପ ସିଂ ଭୀମସେନ୍ଙ୍କଠାରୁ ଟଙ୍କା ଦାବି କରିଥିଲା । ସୁନା ଗହଣା ବିକ୍ରି କରି ସାଙ୍ଗ ସାଥିଙ୍କଠାରୁ ଧାର ଆଣି ଭୀମ୍ସେନ୍ ଟଙ୍କା ଡିପୋଜିଟ୍ କରିଥିଲେ । ୩ ଲକ୍ଷ ୧୫ ହଜାର ଟଙ୍କା ଡିପୋଜିଟ୍ କରିବା ପରେ ବି ଆଉ ୭୦ ହଜାର ଟଙ୍କା ଦାବି କରିବା ପରେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ ଭୀମସେନ୍ । ଏବେ କିପରି ଟଙ୍କା ଫେରସ୍ତ ପାଇବେ ସେନେଇ ଚିନ୍ତାରେ ଅଛନ୍ତି ।