କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ଗିରଫ

ଭୁବନେଶ୍ୱର (କେନ୍ୟୁଜ୍‌) : କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନାକୁ ଗିରଫ କରିଛି କମିଶନରେଟ୍‌ ପୋଲିସ୍‌ । ବୁବୁ ପୁଣି ଥରେ ଗ୍ୟାଙ୍ଗ ତିଆରି କରି ଲୋକଙ୍କଠୁ ଦାଦାବଟି ମାଗୁଥିବା ଅଭିଯୋଗ ହୋଇଥିଲା । ବୁବୁର ଅନ୍ୟ ସହଯୋଗୀ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ପୋଲିସ୍‌ ଚଢ଼ାଉ କରୁଛି । ବୁବୁ ପାଖରୁ ଏକ ହୋଣ୍ଡା ସିଟି କାର ଜବତ କରିଛି ପୋଲିସ । ସେହି ଗାଡ଼ିରେ ବିଳମ୍ବିତ ରାତିରେ ବୁଲି ବିଭନ୍ନ ଛକମାନଙ୍କରେ ସେ ଲୋକମାନଙ୍କୁ ଭୟଭୀତ କରୁଥିଲା । ଆଜି ତାକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.