ମମିତା ହତ୍ୟା ଘଟଣା: ଦାୟିତ୍ବରେ ଅବହେଳା କରି ନିଲମ୍ବିତ ହେଲେ କେଗାଁ ଥାନା ଆଇଆଇସି ଡମୁ ପରିଜା

ଧର୍ମଗଡ଼(କେନ୍ୟୁଜ୍): ମହଙ୍ଗା ପଡିଲା ଦାୟିତ୍ବରେ ଅବହେଳା କରିବା । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ। ତାଙ୍କୁ ନିଲମ୍ବନ କରାଯାଇଥିବା ନେଇ କଳାହାଣ୍ଡି ଏସପି ଅଫିସରୁ ସୂଚନା ମିଳିଛି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଇଆଇସି ଡମୁ ପରିଜାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି। କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ୍‌ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ   ଗତ ୮ ତାରିଖ ଦିନ ମମିତା ମେହେର ନିଖୋଜ ପରେ  ତାଙ୍କ ପରିବାରର ଏତଲା ଦେବା ନାଇଁ କେଗାଁ ଥାନାକୁ ଯାଇଥିଲେ। କିନ୍ତୁ ଆଇଆଇସି ଡମୁ ପରିଜା ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖିନଥିଲେ। ଫଳରେ ପରିବାର ଲୋକଙ୍କୁ ହତାଶ ହୋଇ ଫେରିବାକୁ ପଡ଼ିଥିଲା।

gobinda driver

ତେବେ ମମିତାଙ୍କ ମୃତଦେହ ଅକ୍ଟୋବର ୧୯ ତାରିଖରେ ଠାବ ହେବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ଓ ତା’ର ସହଯୋଗୀ ତଥା ଡ୍ରାଇଭର ରାଧେଶ୍ୟାମ୍‌ ଚଣ୍ଡି ଗିରଫ ହେବା ପରେ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ସେପଟେ ମହାଲିଙ୍ଗ ର୍ନିମାଣାଧୀନ ମିନି ଷ୍ଟାଡିୟମରେ ୯ଜଣିଆ ସ୍ବତନ୍ତ୍ର ପୋଲିସ ଟିମର ତଦନ୍ତ ବେଳେ ପୋଲିସ ହାତରେ ଲାଗିଲା ଦୁଇଟି ପୋଡ଼ା ସମଗ୍ରୀ । ମମିତାଙ୍କୁ ହତ୍ୟା କରାଯାଇଥିବା ଗାତରୁ ପୋଡି ଯାଇଥିବା ମୋବାଇଲର କିଛି ଅଂଶ ମିଳିଥିବା ସୂଚନା । ସାମଗ୍ରୀ ଜବତ ହେବା ପରେ ମହାଲିଙ୍ଗ ଷ୍ଟାଡିୟମରୁ ବାହାରି ସନସାଇନ ପବ୍ଲିକ ସ୍କୁଲରେ ପହଞ୍ଚିଛନ୍ତି । ଉତ୍ତରାଞ୍ଚଳ ଡିଆଇଜି, କଳାହାଣ୍ଡି ଏସପି ଓ ବଲାଙ୍ଗୀର ଏସପି ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.