ରାଜ୍ୟ

ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାରେ ସୌମ୍ୟ, ବିନା ତେଲରେ ପୂରା ବାଇକର ଅନୁଭବ

ଆଳି (କେନ୍ୟୁଜ) : ବିନା ପ୍ୟାଡେଲ ମାରି ଗଡୁଛି ସାଇକେଲ। ନା ପ୍ୟାଡେଲ ମାରି ଝାଳ ବୁହାଇବାକୁ ଏବେ ପଡିବ। ସାଇକେଲ ଦେବ ପୁରା ବାଇକର ଅନୁଭବ। କାହିଁକିନା ସାଇକେଲ ଗଡୁଛି ଆପେ ଆପେ। ରାସ୍ତାରେ ଗଡୁଛି ସୋଲାର ସାଇକେଲ। କେବେ ଚଲାଇଛନ୍ତି କି ସୋଲାର ସାଇକେଲ। ଚଲାଇ ନାହାଁନ୍ତି ନା, କିନ୍ତୁ ଗୋଟେ ପୁରୁଣା ସାଇକେଲକୁ ନୂଆ ରୂପ ଦେଇଛନ୍ତି ଜଣେ ବ୍ୟକ୍ତି। ଆଉ ଏଥିରେ ଖଞ୍ଜା ଯାଇଛି ସୌରଶକ୍ତି ଦ୍ୱାରା ଚାର୍ଜ ହେଉଥିବା ବ୍ଯାଟେରୀ। ବିନା ଇନ୍ଧନରେ ଗଡ଼ିବା ଏହି ସୋଲାର ସାଇକେଲ। ଆପଣ ଏହାକୁ ବାଇକର ବିକଳ୍ପ ବି କହିପାରିବେ।

ଆଉ ଏହିଭଳି ପରିକଳ୍ପନାରେ ସୋଲାର ସାଇକେଲ ତିଆରି କରି ଏବେ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବଳିଭଣ୍ଡା ଗାଁର ସୌମ୍ୟ ରଞ୍ଜନ ପଲାଇ। ନିଜର ନୂଆ ଉଦ୍ଭାବନକୁ ନେଇ ସେ ଏବେ ସମସ୍ତଙ୍କ ନଜରରେ। ଆଉ ଏ ସାଇକେଲକୁ ଯିଏ ଦେଖଛି ଦେଖିବା ପାଇଁ ଅଟକିଯାଉଛି।

ରାସ୍ତାରେ ଗଡୁଛି ସୌର ଚଳିତ ସାଇକେଲ। ଲାଗିଛି ବ୍ଯାଟେରୀ ଓ ମୋଟର। ତାହା ସହ ସଂଯୋଗ ହୋଇଛି ସୋଲାର ପ୍ଲେଟ। ଏହି ସାଇକେଲ ଘଣ୍ଟା ପ୍ରତି ୩୫ କିଲୋମିଟର ଯିବାର କ୍ଷମତା ରଖୁଛି। ସାଇକେଲକୁ ରାସ୍ତାରେ ଥରେ ଯିଏ ଦେଖୁଛି ଘଣ୍ଟାଏ ଅଟକିଯାଉଛି ଦେଖିବା ପାଇଁ।। ସାଇକେଲ ଥରେ ଚାର୍ଜ ହେଲେ ବିନା ସୂର୍ଯ୍ଯ ଆଲୋକରେ ଅର୍ଥାତ ରାତିରେ ୫୦କିଲୋମିଟର ଚାଲି ପାରିବ ବୋଲି ସୌମ୍ଯ କୁହନ୍ତି।ସୌର ଚଳିତ ସାଇଲେକଟି ର୍ନିମାଣ ପାଇଁ ସୌମ୍ୟଙ୍କୁ ପାଖାପାଖି ୩ମାସ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିଥିଲା। ଆଉ ବିଭିନ୍ନ ଆନୁଷଙ୍ଗିକ ଉପକରଣ ପାଇଁ ୪୦ରୁ ୫୦ହଜାର ଟଙ୍କା ଖର୍ଚ୍ଚ ହୋଇଛି ଏହି ସାଇକେଲ ନିର୍ମାଣରେ।

ଏହି ସାଇକେଲଟି ୧କୁଇଣ୍ଟାଲ ୮୦କେଜି ଓଜନ ପରିବହନ କ୍ଷମତା ରଖୁଥିବା ବେଳେ ଆଗକୁ ଏଭଳି ସୌରଶକ୍ତିକୁ ନେଇ ସେ ଏକ କାର ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି। ଆଉ ଏଥିସହ ସୌମ୍ଯ ନିଜ ଘରକୁ ମଧ୍ୟ ସୌର ଚାଳିତ ସାହାଯ୍ୟରେ ବିଦ୍ୟୁତ ସଂଯୋଗ କରିଛନ୍ତି। ସୌର ଚାଳିତ ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିବା ପରେ ପରିବାର ଲୋକେ ମଧ୍ୟ ବେଶ ଖୁସି ବ୍ଯକ୍ତ କରିଛନ୍ତି।

କୌଣସି କମ୍ପାନୀ କିମ୍ବା ସରକାରଙ୍କ ର ପ୍ରୋତ୍ସାହନ ମିଳିଲେ ସେ ନୂଆ କିଛି ଉଦ୍ଭାବନ କରି ପାରିବେ ବୋଲି ତାଙ୍କ ବାପା କହିଛନ୍ତି। ସୌମ୍ୟ ନିହାତି ଭାବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିବେ କିଛି ନୂଆ ଉଦ୍ଭାବନ କରିବାକୁ।

Pritiparna

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

7 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

18 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

29 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

57 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago