କେନ୍ଦ୍ରାପଡା: ରାଜ୍ୟର ପ୍ରଥମ ପ୍ଲାଜମା ଦାନଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଆଳି ବିଧାୟକ ପ୍ରତାପ କେଶରୀ ଦେବ

କେନ୍ଦ୍ରାପଡା: ଏବେ ସବୁଠି ଗୋଟିଏ ନାରା । ପ୍ଲାଜମା ଦିଅନ୍ତୁ କରୋନା ରୋଗୀଙ୍କ ଜୀବନ ବଞ୍ଚନ୍ତୁ । ଏମିତି ଏକ ସମାଜ ହିତକାରୀ କାମ କରି ନିଜ ଗାଁ ତଥା ଜିଲ୍ଲା ପାଇଁ ଗୌରବ ଆଣିଥିଲେ କେନ୍ଦ୍ରାପଡା ପୁଅ ମନୋଜ । ଖାଲି ସେତିକି ନୁହେଁ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମନୋଜ ବରାଳ ହେଉଛନ୍ତି ଓଡ଼ିଶାର ପ୍ରଥମ ପ୍ଲାଜମା ଦାନକାରୀ । କରୋନା ମହାମାରୀ ରୋଗରୁ ନିଜେ ସୁସ୍ଥ ହୋଇ ନିଜର ପ୍ଲାଜମା ଦାନକରି ଅନ୍ୟ ୨ ଜଣ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନିଭେଇ ଥିଲେ ମନୋଜ । ଖାଲି ସେତିକି ନୁହେଁ ମନୋଜ ହେଉଛନ୍ତି ରାଜ୍ୟର ପ୍ରଥମ ପ୍ଲାଜମା ଦାନକାରୀ ବ୍ୟକ୍ତି । କରୋନା ବିଜୟୀ ମନୋଜ ବରାଳଙ୍କୁ ଆଜି ଆଳି ବିଧାୟକ ପ୍ରତାପ କେଶରୀ ଦେବ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ଦେବ ଆଜି ପୂର୍ବାହ୍ନ ସମୟରେ ମନୋଜଙ୍କ ନିଆଳ ପଞ୍ଚାୟତ ରାଧାନଗରସ୍ଥିତ ବାସ ଭାବନାରେ ପହଂଚି ତାଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ।

How Blood Plasma from Recovered Patients Could Help Treat the New ...

ପଦକ୍ଷେପ ଦାନ ଅନ୍ୟ କରୋନାମୁକ୍ତ ମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରେରଣା ଯୋଗାଇବା ସହିତ ମନୋଜ ଆଳି ପାଇଁ ଗୌରବ ଆଣି ଦେଇଛନ୍ତି ବୋଲି କହିଛନ୍ତି । ଏହି ଅବସରରେ ଆଳି ବିଧାୟକ ଶ୍ରୀ ଦେବଙ୍କ ସହିତ ବିଜେଡି ନେତା ଭୀଷ୍ମ ମହାନ୍ତି, ପ୍ରଦ୍ୟୁମ୍ନ ଦାଶ, ପ୍ରମୁଖ ଉପସ୍ଥିତ ରହି କରୋନାମୁକ୍ତ ତଥା ପ୍ଲାଜମା ଦାନକାରୀ ମନୋଜଙ୍କ ସମେତ ତାଙ୍କର ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିବା ସହ ସାଧୁବାଦ ଜଣାଇଥିଲେ।ଏଠାରେ ପ୍ରକାଶ ଯୋଗ୍ୟ ଯେ,ଦୁବାଇ ଫେରନ୍ତା ପ୍ରବାସୀ ମନୋଜ କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ । ଏହା ପରେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ରୋଗମୁକ୍ତ ହୋଇଛନ୍ତି ।

ଏହା ସହ ନିଜ ସମ୍ବର୍ଦ୍ଧନା ସଭାରେ, ଯେଉଁମାନେ ଏହି ମହାମାରୀ ରୋଗରୁ ମୁକ୍ତ ହେଉଛନ୍ତି ସମସ୍ତେ ମାନବ ଜାତିର ସୁରକ୍ଷା ପାଇଁ ନିଜନିଜର ପ୍ଲାଜମା ଦାନ କରିବା ସହିତ ନିୟମିତ ଯୋଗ,ପ୍ରାଣାୟମ ଓ ବ୍ୟାୟାମ କରିବା ଉଚିତ ବୋଲି ମନୋଜ କହିଛନ୍ତି । ସମ୍ବର୍ଦ୍ଧନାରେ ରାଧାନଗର ଗ୍ରାମବାସୀ ଉପସ୍ଥିତ ରହି ମନୋଜଙ୍କ ଏହି ଅନନ୍ୟ ଦାନ ଗାଁ ପାଇଁ ଗୌରବ ଆଣିଦେଇଛି ବୋଲି କହିବା ସହିତ ତାଙ୍କୁ ସମ୍ବର୍ଦ୍ଧନା କରିଥିବାରୁ ବିଧାୟକ ଶ୍ରୀ ଦେବଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.