ତିନି ଦିନ ପାଇଁ ସଟଡାଉନ ହେଲା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବନ୍ଦ ଘୋଷଣା କରାଯାଇଛି । ଆଗାମୀ ତିନି ଦିନ ପାଇଁ ହସ୍ପିଟାଲ ବନ୍ଦ ରହିବ ବୋଲି ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ମେଡିକାଲର କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ କତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । କିନ୍ତୁ ଏହି ସମୟରେ ଏମର୍ଜେନ୍ସି ଓ ଫିଭର କ୍ଲିନିକ ଖୋଲା ରହିବ । କେନ୍ଦ୍ରାପଡାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭ଜଣ ମେଡିକାଲ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

kendrapada

ଏମାନଙ୍କ ମଧ୍ୟରେ ଡାକ୍ତର, ଟେକନିସିଆନ, ସ୍ୱାପ କଲେକ୍ସନ ଟିମ, ଷ୍ଟାଫ ନର୍ସଙ୍କ ସମେତ ଅନ୍ୟ କିଛି ମେଡିକାଲ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ପରିସ୍ଥିତିକୁ ଜିଲ୍ଲାପାଳ ସମୀକ୍ଷା କରିବା ପରେ ୩ ଦିନ ଅର୍ଥାତ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏସମୟ ମଧ୍ୟରେ ରୋଗୀଙ୍କୁ କେବଳ ଏମର୍ଜେନ୍ସି ସୁବିଧା ହିଁ ଯୋଗାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like