ପଟ୍ଟାମୁଣ୍ଡାଇ ଛାତ୍ରୀ ମୃୃତ୍ୟୁ ଘଟଣା; ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଲେ ମୃତ ପୀଡିତାଙ୍କ ବାପା

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ସସପେନ୍ସ ଜାରି । ଏପର୍ଯ୍ୟନ୍ତ ଖୋଲୁନି ରହସ୍ୟ। ୪ ଦିନ ପରେ ଏତଲା ଦେଲ ପରିବାରଲୋକ । ମୃତ ଛାତ୍ରୀଙ୍କ ବାପା ଓ ବଡ଼ଭାଇ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ନାଁରେ ପଟ୍ଟାମୁଣ୍ଡାଇ ଗ୍ରାମଞ୍ଚଳ ଥାନାରେ ଏତଲା ଦେଇଛନ୍ତି । ଝିଅର ଅଶ୍ଳୀଳ ଭିଡିଓ ଭାଇରାଲ କରିବା ସହ ମାନସିକ ନିର୍ଯାତନା ଦେବାରୁ ସେ ଜୀବନ ହାରିଥିବା ଏତଲାରେ ଦର୍ଶାଇଛନ୍ତି ଛାତ୍ରୀଙ୍କ ବାପା । ଏତଲା ଦେବାକୁ ଯାଇଥିବା ବେଳେ ଛାତ୍ରୀଙ୍କ ବାପା ଓ ଭାଇଙ୍କୁ ପଚରାଉଚରା କରିଛି ପୋଲିସ ।

ଅନ୍ୟପଟେ ତଦନ୍ତର ସମୀକ୍ଷା ପାଇଁ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ଚତୁର୍ଥ ଦିନରେ ଛାତ୍ରୀ ମୃତ୍ୟୁ ଘଟଣାରେ ତନାଘନା ତଦନ୍ତ କରିଛି ପୋଲିସ। ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଅଟକ କିମ୍ବା ଗିରଫ କରିନି ପୋଲିସ ।

 

ଆହୁରି ପଢ଼ନ୍ତୁ : ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାରେ ଆସିଲା ରାୟ, ଅଭିଯୁକ୍ତକୁ ୨୦ ବର୍ଷ ଜେଲ