କାର୍ତ୍ତିକେଶ୍ୱର ଭସାଣରେ ବାଣ ପ୍ରତିଯୋଗିତା ବେଳେ ବିସ୍ଫୋରଣ ଘଟଣା, ଏସସିବିରେ ଚିକିତ୍ସିତ ହେଉଛନ୍ତି ୩୦ ଆହତ

କେନ୍ଦ୍ରାପଡ଼ା(କେନ୍ୟୁଜ): କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ପ୍ରତିଯୋଗିତା ବେଳେ ବିସ୍ଫୋରଣ ଘଟି ୪୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି। ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଆବଶ୍ୟକତା ଅନୁସାରେ ଗୁରୁତର ଓ ଆହତଙ୍କୁ ଆଇସିୟୁ, ସେଣ୍ଟ୍ରାଲ ଆଇସିୟୁରେ ରଖି ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। ଗୁରୁତରଙ୍କ ଶରୀରର ୬୦ରୁ ୭୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବା ଜଣାପଡ଼ିଛି। ଏସସିବିରେ ଚିକିତ୍ସାଧୀନ ୩୦ ଜଣଙ୍କ ଭିତରେ ୫ ଜଣ ଶିଶୁ ଅଛନ୍ତି। ଗୁରୁତରଙ୍କୁ ଆଇସିୟୁ ଓ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା କରାଯାଉଛି।

ଅନ୍ୟମାନେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ବ୍ୟକ୍ତିମାନେ ବାଲିଆରେ କାର୍ତ୍ତିକେଶ୍ୱର ଭସାଣ ଉତ୍ସବ ଦେଖିବାକୁ ଆସିଥିଲେ। ସେଠାରେ ବାଣ ପ୍ରତିଯୋଗିତା ଚାଲିଥିଲା। ଏହିଁ ସମୟରେ ନିଆଁ ଝୁଲ ବାଣଗଦା ଉପରେ ପଡ଼ିବାରୁ ଦର୍ଶକଙ୍କ ଭିଡ଼ ଭିତରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଭିଡ଼ ଭିତରେ ବିସ୍ଫୋରଣ ହୋଇଥିବାରୁ କେହି କୁଆଡ଼େ ଯାଇ ପାରି ନଥିଲେ ଫଳରେ ପୋଡ଼ିଯାଇଥିବା ଜଣାଯାଇଛି।

Also Read: ପଦ୍ମପୁରରେ ବଢୁଛି ପ୍ରଚାର ତାତି, ଦିନ ରାତି ଏକ କରି ହାଇଭୋଲଟେଜ୍‌ କ୍ୟାମ୍ପେନ ଚଳାଇଛନ୍ତି ୩ ଦଳର ପ୍ରାର୍ଥୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.