ଭୁବନେଶ୍ବର (କେନ୍ୟୁଜ୍) : ବାତ୍ୟା ଫନି ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଲେ କେନ୍ଦ୍ରାପଡ଼ା ପୋଲିସ। ଜିଲ୍ଲା ଅଧୀନରେ ଥିବା ବିଭିନ୍ନ ଥାନା ଅଧିକାରୀମାନେ ଟଙ୍କା ସଂଗ୍ରହ କରିବା ସହ ସଂଗୃହୀତ ଅର୍ଥକୁ କେନ୍ଦ୍ରାପଡ଼ା ଏସ ନିକଟରେ ଦାଖଲ କରିଥିଲେ। ପ୍ରାୟ ୨ଲକ୍ଷ ୫୦ହଜାର ସଂଗୃହୀତ ରାଶିକୁ କେନ୍ଦ୍ରାପଡ଼ା ପୋଲିସ ଓଡିଶା ପୋଲିସ ୱେଲଫେୟର ବଣ୍ଡରେ ଜମା କରିଥିଲେ। ଏହାପରେ ଏହି ଟଙ୍କାକୁ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯିବ।