କେନ୍ଦ୍ରାପଡ଼ାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେବ ଲୋକାର୍ପଣ,ସଂଧ୍ୟା ସାଢେ ୫ଟାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା(କେନ୍ୟୁଜ୍):  କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍‌ଣ ସାଢେ ୫ଟାରେ ଭର୍ଚୁଆଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାସହ ସଂକ୍ରାମକ ରୋଗ ୱାର୍ଡର ଉଦ୍‌ଘାଟନ କରିବେ। ନୂଆ ଡାକ୍ତରଖାନାର ଉଦ୍‌ଘାଟନ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଓ ଆଖପାଖ ଅଞ୍ଚଳବାସୀ ଉପକୃତ ହେବେ।

ଡାକ୍ତରଖାନା ନୂଆ କୋଠାରେ ୪ଶହ ରୋଗୀଙ୍କ ପାଇଁ ବେଡ୍‌ର ବ୍ୟବସ୍ଥା ରହିଛି। ଲୋକାର୍ପଣ ସମୟରେ ଜିଲ୍ଲାର ସମସ୍ତ ବିଧାୟକ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ। ଡାକ୍ତରଖାନାରେ ଖାଲି ପଡ଼ିଥିବା ପଦବୀକୁ ଶୀଘ୍ର ପୂରଣ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.