କେନ୍ଦୁଝର : ଅଟୋ ଓ ଟ୍ରଲର ମଧ୍ୟରେ ଧକ୍କାରେ ୨ ମୃତ

କେନ୍ଦୁଝର (କେନ୍ୟୁଜ୍) :ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଯୋଡା ଥାନା କଣ୍ଡରା ନିକଟରେ ଅଟୋ ଓ ଟ୍ରଲର ମଧ୍ୟରେ ଧକ୍କାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଦୁଇ ଜଣ ହେଲେ ସିପୁ ମହାକୁଡ ଓ ଜମ୍ବୁ ମହାକୁଡ। ତିନି ଜଣ ଏକ ଅଟୋରେ ଯାଉଥିବାବେଳେ ୨୧୫ ନମ୍ବର ଜାତୀୟ ରାଜପଥରେ ସାମ୍ନାପଟୁ ଏକ ଟ୍ରଲର ଧକ୍କା ଦେଇଥିଲା।