ସନ୍ଦେହ ନେଲା ଜୀବନ : ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

murder ghatagaonକେନ୍ଦୁଝର : ସଂପର୍କର ମେରୁଦଣ୍ଡ ହେଉଛି ବିଶ୍ବାସ । ଏଥିରେ ସନ୍ଦେହ ଜାଲ ବୁଣିଲେ ଜୀବନ ନଷ୍ଟ ହୋଇଥାଏ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆହରପଡ଼ା ଗାଁରେ। ସନ୍ଦେହ ନେଇଛି ଜୀବନ। ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ ।

ଅଭିଯୋଗ ଅନୁଯାୟୀ, ଗାଁର ଗୋବିନ୍ଦ ମୁଣ୍ଡା ନିଜ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରିଆସୁଥିଲା। ଗତକାଲି ରାତିରେ ନିଶାଶକ୍ତ ଅବସ୍ଥାରେ ଘରକୁ ଆସି ସ୍ତ୍ରୀକୁ ଫୋନ୍ ରେ କଥା ହେଉଥିବା ଦେଖିଥିଲା। ଏହାପରେ ଉତ୍ୟକ୍ତ ହୋଇ ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ଦେଇଥିଲା। ଫଳର ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ପାଟଣା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଅଭିଯୁକ୍ତ ସ୍ୱାମୀ ଗୋବିନ୍ଦ ମୁଣ୍ଡାକୁ ଗିରଫ କରିଛି।

Leave A Reply

Your email address will not be published.