ସ୍ୱାମୀ ଇଞ୍ଜିନିୟର ହେଲେ ଗୋପାଳନରେ ଲାଗିପଡିଛନ୍ତି କିରଣବାଳା, କେନ୍ଦୁଝର ବଜାରକୁ ଯୋଗାଉଛନ୍ତି ଦୈନିକ ୪୦୦ ରୁ ଉର୍ଦ୍ଧ୍ବ ଲିଟର କ୍ଷୀର

କେନ୍ଦୁଝର : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହା ପ୍ରମାଣ କରି ଦେଖାଇଛନ୍ତି କିରଣବାଳା । ଛୁଆ ଦିନରୁ ଗୋ-ସେବା କରିବାର ଇଚ୍ଛା ରଖିଥିବା କିରଣବାଳା ଶ୍ବଶୁରଙ୍କ ପ୍ରେରଣା ଓ ସ୍ୱାମୀଙ୍କ ସହଯୋଗରେ ୮୦ରୁ ଉର୍ଦ୍ଧ ଗାଈ ଘରେ ରଖି କେନ୍ଦୁଝର ବଜାରକୁ ଯୋଗାଇ ପାରୁଛନ୍ତି ୪୦୦ ରୁ ଉର୍ଦ୍ଧ ଲିଟର କ୍ଷୀର ।

kiranbalaସହରରୁ ଆସିବି ସେ ଗୋପାଳନରେ ମନବଳାଇଛନ୍ତି । ପ୍ରଥମେ ୪ଟି ଗାଈରୁ ଏବେ ସଂଖ୍ୟା ପହଁଚିଛି ୮୦ରୁ ଉର୍ଦ୍ଧରେ। ପିଲା ମାନେ ବିଦ୍ୟାଳୟ ଯିବା ପରେ ସେ ଲାଗିପଡିଥାନ୍ତି ଗୋ ସେବାରେ। ସ୍ୱାମୀ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ବିଦ୍ୟୁତ୍ ବିଭାଗରେ କାମ କରିଥାନ୍ତି ତଥାପି ଟିକେ ସମୟ ମିଳିଲେ ସେ ସ୍ତ୍ରୀ ଙ୍କୁ ଏହି କାମରେ ସାହାଯ୍ୟ ମଧ୍ୟ କରିଥାନ୍ତି ।

ଏସବୁ ସଫଳତା ପଛରେ ସ୍ୱାମୀ ଓ ଶ୍ବଶୁରଙ୍କ ଆଶିର୍ବାଦ ଥିବା ସେ କହିଛନ୍ତି । ବର୍ତମାନ ସେ ବଜାର କୁ ଦୈନିକ ୩୦୦ ରୁ ୪୦୦ ଲିଟର କ୍ଷୀର ଯୋଗାଇ ପାରୁଛନ୍ତି । ଭଲ ଦେଶୀ କ୍ଷୀର ପାଇବା ପାଇଁ ତାଙ୍କ ପାଖରେ ଲାଗୁଛି ଲୋକଙ୍କ ଭିଡ଼ । ପାଉଡର ମିଶା ପ୍ୟାକେଟ କ୍ଷୀର ବଦଳରେ ଏହି କ୍ଷୀରର ଚାହିଦା ଥିବା ଯୋଗୁ ଏହା କିରଣବାଳାଙ୍କୁ ଆଗକୁ ବଢିବାର ବାଟ ଦେଖାଇଛି ।

cowବର୍ତମାନ ଚାଷର ଉନ୍ନତି କରିବା ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି । ଅନେକ ସମୟରେ ପ୍ରଶୀକ୍ଷଣ ମଧ୍ୟ ଦିଆ ଯାଉଛି । ଆର୍ଥିକ ସହଯୋଗ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସହଯୋଗ, ଆଉ ତାହାରି ସୁଯୋଗ ନେଇ ସଫଳ ହୋଇ ପାରିଛନ୍ତି କିରଣବାଳା । ଏହି କାମରେ ଅନେକ ଲୋକେ କର୍ମ ନିଯୁକ୍ତି ସାଙ୍ଗକୁ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ତେଣୁ ଦୃଢ ଇଛା ଶକ୍ତି ଆଗରେ ସବୁ କିଛି ହାର ମାନେ ତାହା ପ୍ରମାଣ କରି ଦେଖାଇଛନ୍ତି କିରଣବାଳା । ସହରରୁ ଆସି ଗୋପଳନ କରି ସ୍ୱାବଲମ୍ବୀ ହୋଇପାରିଥିବା କିରଣବାଳା ପରିବାରକୁ ତଥା ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.