କେନ୍ଦୁଝର ସୀମାରେ ଥିବା ୫ଟି ଗାଁକୁ ନେଇ ଝାଡଖଣ୍ଡ ସହ ବିବାଦ !

border villegeକୋରାପୁଟ ଜିଲ୍ଲାର କୋଟିଆ ପଂଚାୟତକୁ ନେଇ ଥିବା ବିବାଦ ଚର୍ଚ୍ଚା ଥମି ନଥିବା ବେଳେ ଏପଟେ କେନ୍ଦୁଝର ସୀମାରେ ଥିବା ୫ଟି ଗାଁକୁ ନେଇ ଝାଡଖଣ୍ଡ ସହ ବିବାଦ ଦେଖାଦେଇଛି ।

କେନ୍ଦୁଝର ଜିଲ୍ଲା କୁଟାରୀପସି ପଂଚାୟତର ୫ଟି ଗାଁ (GFX-IN) ପୁରୁଷୋତ୍ତମପୁର, ନୟାକୃଷ୍ଣପୁର, କଙ୍କଡାପାଟ,ଲିମିତୁର ଓ ଜଗନ୍ନାଥପୁର (GFX-OUT) । ଏସବୁ ଗାଁ ସୀମାରେ ଥିବା ଜମିଜମା ବିବାଦ ତୁଟୁନାହିଁ। ଏହି ଗାଁର ବହୁ ଜମି ରହିଛି ଝାଡଖଣ୍ଡ କବ୍ଜାରେ । ପୁରୁଷୋତ୍ତମପୁର ଗାଁ ଓ ଝାଡଖଣ୍ଡର ଉନଗାଁ ମଧ୍ୟରେ କିଛି ପ୍ଲଟକୁ ନେଇ ବିବାଦ ରହିଛି । ୩ଟି ପ୍ଲଟ୍ ଓଡ଼ିଶା ରାଜ୍ୟର ସାବକ ରେକର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି । ପରବର୍ତ୍ତୀ ସମୟରେ ସେଟେଲମେଣ୍ଟ ଅନୁଯାୟୀ ବିଭକ୍ତ ହୋଇଛି ୭ଟି ପ୍ଲଟରେ । କିନ୍ତୁ ଝାଡଖଣ୍ଡ ରାଜ୍ୟର ମ୍ୟାପ୍ ଅନୁଯାୟୀ ଏସବୁ ପ୍ଳଟ୍ ଝାଡଖଣ୍ଡ ସୀମାରେ ରହିଛି ।

ଏସବୁ ଜାଗାକୁ ନେଇ ୧୯୯୭ ଜାନୁଆରୀ ୨୦ରେ ଏକ ସର୍ଭେ ସହ ବିବାଦୀୟ ଅଂଶକୁ ନେଇ ଟ୍ରେସ୍ ମ୍ୟାପ ମଧ୍ୟ କରାଯାଇଥିଲା । କେନ୍ଦୁଝର ଜିଲ୍ଲାର ମିଳିତ ସର୍ଭେ ଚାର୍ଜ ଅଫିସରଙ୍କ ତରଫରୁ ପତ୍ରସଂଖ୍ୟା (GFX-IN) ୧୭୫୧/୩/୬/୧୯୯୭ (GFX-OUT)ଦିଆଯାଇଥିଲା ପଡୋଶୀ ବିହାର ତଥା ବର୍ତ୍ତମାନର ଝାଡଖଣ୍ଡ ସରକାରଙ୍କୁ । ଏହା ଠିକ୍ ନଥିବା କହି ବିହାର ସରକାର ସହମତି ନଦେବା ସହ ଟ୍ରେସ୍ ମ୍ୟାପକୁ ଫେରାଇ ଦେଇଥିଲେ । ଏନେଇ ପୁଣି ରାଜସ୍ୱ ବିଭାଗ ଝାଡଖଣ୍ଡ ସରକାରଙ୍କୁ ଜଣାଇଥିଲେ ସୁଦ୍ଧା ଏହା ଉପରେ ଗୁରୁତ୍ୱ ଦିଆଯାଉ ନାହିଁ। ସୀମାରେ ଥିବା ଏସବୁ ଜମି ଉପରେ ଓଡ଼ିଶାର ଲୋକେ ଖଜଣା ଦେଉଛନ୍ତି । ହେଲେ ଦଖଲ ଓ ଉପଭୋଗ କରୁଛି ଝାଡଖଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.